ବିଞ୍ଝାରପୁରର କପିଳା ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି।



ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କପିଳା ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କମଳ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ସରପଞ ଦେବଦତ୍ତ ସେଠୀ, ସମିତି ସଭ୍ୟଙ୍କ ପ୍ରତିନିଧି ଉମାକାନ୍ତ ମଲ୍ଲିକ, ଆତ୍ମାର ବ୍ଳକ ଅଧ୍ୟକ୍ଷ ମହେଶ୍ୱର ରାଉତ, ତହସିଲଦାର କୈଳାସ ମହାଳିକ, ବ୍ଳକ କୃଷି ଅଧିକାରୀ ହେମନ୍ତ କୁମାର ସାମଲ, ସହକାରୀ କୃଷି ଅଧିକାରୀ ସଞ୍ଜୀବ କୁମାର ସାମଲ,ଏବଂ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ନିତ୍ୟାନନ୍ଦ ରାଉତଙ୍କ ସମେତ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା,କୃଷକ ଭାଇ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଭୁମି ପୂଜନ କରିବା ସହିତ ଅଖିମୁଠି ଅନୁକୂଳ କରିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଦିବସର ତାପର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।





