
ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ଢେଙ୍କାନାଳ ଅଦ୍ୟ। ତା ୨୬/୦୪/୨୦୨୩ରିଖ ଦିବା ୧୧ଘଟିକା ସମୟରେ କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବୀ ପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଗଲା। ଏହି ଦାବି ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ ସଂଘ ର କର୍ମକର୍ତ୍ତାମାନେ ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମନୀତି ପ୍ରଣୟନ, ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରି ପ୍ରଦାନ ଓ ଠିକା ପ୍ରଥା ଉଛେଦ ଓ ନିୟନ୍ତ୍ରଣ ଆଇନ୍ ଆବଶ୍ୟକୀୟ ସଂଶୋଧନ ଆଣିବା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ସାହୁ ଜିଲ୍ଲାସଂପାଦକ ଦୁର୍ଗା ପ୍ରସାଦ ମିଶ୍ର, ପ୍ରଫୁଲ୍ଲ କୁମାର ରାଉତ, ଜିଲ୍ଲାନେତ୍ରୀ ମାନସୀ ମହାପାତ୍ର , ନିରୋଜ ନଳିନୀ ମହାଳିକ, ଉଷାରାଣୀ ଦାସ,ସ୍ବର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ଶ୍ରମିକ ନେତା ଶ୍ରୀ ଶ୍ରୀନିବାସ ଖୁଣ୍ଟିଆ ଉପସ୍ଥିତ ରହି ମାର୍ଗ ଦର୍ଶନ କରି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏଥିରେ ସଂଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)