[ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ]
ଜଗତସିଂହପୁର
ତା =26/4/23
–
ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ରାଷ୍ଟ୍ରବ୍ୟାପି ଆନ୍ଦୋଳନ କରାଯାଉଛି । ଏହି ପରିପେକ୍ଷିରେ ଭାରତୀୟ ମଜଦୁର ସଙ୍ଘ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ବାରା ସମଗ୍ର ଦେଶରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା | ଠିକା ଶ୍ରମିକ ପ୍ରଥା ଉଛେଦ | ରାଷ୍ଟିୟ ଶ୍ରମନୀତି ପ୍ରଣୟନ | ଜୀବିକା ମଜୁରୀ ଆଦି ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ଶାଖା ସଭାପତି ଅକ୍ଷୟ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଅକ୍ଷୟ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ୟ୍ଯରତ ଆଶାକର୍ମୀ,ଅଙ୍ଗନୱାଡି ଓ ପାଚିକା କର୍ମୀ ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଵିକ୍ଷୋଭରେ ଭାଗନେଇଥିଲେ ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ |





