
ଭୁବନେଶ୍ୱର ଠାରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ଓଡ଼ିଆଙ୍କ ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ ବୋଲି ରାଜ୍ଯସ୍ତରୀୟ ମଧୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ ଅତିଥିମାନେ କହିଛନ୍ତି। ମୁଖ୍ଯ ଅତିଥି ଭାବରେ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଓ ବିଶିଷ୍ଟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ।
ବିଶିଷ୍ଟ ଶିକ୍ଷାବିତ ଡ. ନାରାୟଣ ପଣ୍ଡା ମଧୁବାବୁଙ୍କ ଜୀବନାଦର୍ଶ ବିଷୟରେ କହିଥିଲେ। ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ବାଗତ ଭାଷଣ ପ୍ରଦାନ କରି ଓଡ଼ିଶା ଇତିହାସରେ ମଧୁବାବୁ ଜଣେ ଦୁର୍ଲଭ ଏବଂ ଅବିସ୍ମରଣୀୟ ବ୍ଯକ୍ତିତ୍ବ ବୋଲି ଅବିହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଯୋଗ ଦେଇଥିଲେ।





