ଲାଞ୍ଜିପଲ୍ଲୀ ଅଞ୍ଚଳର ସୁରଜ୍ କୁମାର ପାଢ଼ୀଙ୍କୁ
ଅପହରଣ ଓ ମାଡ଼ ମାରିବା, ଡାକ୍ତରୀ ଛାତ୍ର ପଡିଲା ମହଙ୍ଗା.
ବ୍ରହ୍ମପୁର,୪/୫/୨୩: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳର ସୁରଜ୍ କୁମାର ପାଢ଼ୀଙ୍କୁ ଏମ୍କେସିଜି ମେଡ଼କାଲ ଓ କଲେଜର ୪୦ରୁ ଉର୍ଦ୍ଧ ୟୁଜିଛାତ୍ର ଅପହଣ କରି ମାଡ଼ ମାରିବା ଘଟଣାରେ ଏବେ ମେଡିକାଲ ଛାତ୍ରଙ୍କୁ ପଡ଼ିଲା ମହଙ୍ଗା। ଏହି ଘଟଣାରେ ସଂପୃକ୍ତ ଥିବା ୟୁଜିଛାତ୍ର ମାନଙ୍କ ମଧ୍ୟରୁ ଆଜି ପୁଲିସ ଆଶିଷ କୁମାର ପ୍ରଧାନଙ୍କ ସମେତ ୫ ଜଣଙ୍କୁ ଚିହ୍ନଟ କରିଛି । ଏହି ଡ଼ାକ୍ତରୀ ଛାତ୍ରମାନେ ଏହି ଘଟଣାର ତଦନ୍ତ ଶେଷ ପଯ୍ୟନ୍ତ ପ୍ରତ୍ୟେକ ଦିନ ଥାନାକୁ ଆସି ହାଜିରା ଦେବେ ବୋଲି ଜଣାପଡ଼ିଛି । ସେମାନଙ୍କ ଯଦି ପରୀକ୍ଷା ରୁହେ ତେବେ ସେମାନେ ଉକ୍ତ ଦିନ ଥାନାକୁ ଜଣାଇ ଅନୁପସ୍ଥିତ ରହିପାରିବେ ବୋଲି ପୁଲିସ କହିଛି। ଉପରୋକ୍ତ ୟୁଜି ଛାତ୍ରମାନେ ଯଦି ଏଥିରେ ଖିଲାପ କରନ୍ତି । ତେବେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ପୁଲିସ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଲାଞ୍ଜିପଲ୍ଲୀ ଚଣ୍ଡି ମନ୍ଦିର ସାହିର ସୁରଜ୍ କୁମାର ପାଢ଼ୀଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଡ଼ା. ଆଶିଷ କୁମାର ପ୍ରଧାନଙ୍କୁ ଥାନାକୁ ଡ଼କାଇ ପଚରାଉଚରା କରି ଛାଡ଼ିଛି । ଏହା ସହ ଉକ୍ତ ମାମଲାରେ ସଂପକ୍ତ ଥିବା ଅନ୍ୟ ସହଯୋଗୀଙ୍କୁ ଥାନାକୁ ଆଣିବାକୁ ଆଶିଷକୁ କୁହାଯାଇଥିବା ତଦନ୍ତକାରୀ ଅଧିକାରୀ ଡ଼ି. କେ ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ମଧ୍ୟରାତ୍ରୀରେ ଏମ୍କେସିଜି କଲେଜ ସମ୍ମୁଖରେ ଦୁଇ ଜଣ ଡ଼ାକ୍ତର ଛାତ୍ର ବସିଥିଲେ । ଏହି ସମୟରେ ଲାଞ୍ଜିପଲ୍ଲୀ ଅଞ୍ଚରଳ ୩ ଜଣ ଯୁବକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଡାକ୍ତର ଛାତ୍ରଙ୍କୁ କମେଣ୍ଟ ମାରିଥିଲେ । ଯାହାକୁ ନେଇ ସେଠାରେ ମାରପିଟ ହୋଇଥିଲା । ଏହା ପରେ ଯୁବକ ମାନେ ସେଠାରୁ ଚାଲି ଆସିଥିଲେ । ଏହାର କିଛି ସମୟ ପରେ ୪୦ରୁ ଉର୍ଦ୍ଧ୍ୱ ଡ଼ାକ୍ତରୀ ଛାତ୍ର ବାଇକରେ ଯାଇ ଲାଞ୍ଜିପଲ୍ଲୀ ଅଞ୍ଚଳରୁ ସୁରଜ୍ ଙ୍କୁ ଉଠାଇ ପୁରୁଷ ଛାତ୍ରାବାସ ୧ରେ ରଖି ମାଡ଼ କାରିଥିଲେ । ଏହି ଘଟଣାର ଖବର ପାଇ ବୈଦ୍ୟନାଥ ପୁର ଥାନା ପୁଲିସ ପୁରୁଷ ହଷ୍ଟେଲ୍-୧ ଭିତରୁ ଯାଇ ସୁରଜ୍ କୁ ଉଦ୍ଧାର କରିଥିଲା । ପରେ ଏ ନେଇ ଦୈଦ୍ୟନାଥପୁର ଥାନରେ ଅଭିଯୋଗ ପରେ ପୁଲିସ କେସ ନଂ ୧୮୨/୨୩ରେ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।




