
29-7-2026,ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ, କେନାଢ଼ିପା ପଞ୍ଚାୟତ, ବିଜାଗୁଡ଼ା ଗ୍ରାମରେ ବାହୁଡା଼ ରଥଯାତ୍ରା ଧୁମ୍ ଧାମ ରେ ପାଳନ ହୋଇଯାଇଛି।ବିଶେଷ କରି ଏହି ବାହୁଡା଼ ରେ କୀର୍ତ୍ତନ ବୈଠକ ଇତିଶ୍ରୀ କର ଓ ପ୍ରିୟା କଉଡ଼ି ଙ୍କ ବୈଠକ ଦଳ ପରିବେଷଣ ରେ ଦର୍ଶକ ଙ୍କୁ ମନମୋଗ୍ଧ କରାଇଥିଲେ। ଏ ବିଜାଗୁଡ଼ା ବଣ ପାହାଡ ଘେରା ମଝି ରେ ଗାଆଁ ଟିଏ ।ଶ୍ରିକୁଷ୍ଟ ଯୁବ ସଂଘ ଓ ଗ୍ରାମ ବାସି ମିଳିତ ସହଯୋଗ ରେ ପ୍ରତେକ୍ ବର୍ଷ ମହା ଆଡ଼ମ୍ବରେ ରଥଯାତ୍ରା ପାଳନ ହୋଇଥାଏ। ଏ ବର୍ଷ ରଥଯାତ୍ରା ରେ ବହୁ ସଂଖ୍ୟା ରେ ଭକ୍ତ ଙ୍କ ଭିଡ଼ ହୋଇଥିଲା।ଯଥା – ଦେବଗଡ଼,କୁଚିଣ୍ଡା, ଲଇଡା, ଫାସୀମାଲ, ପ୍ରମାନପୂର୍ ଇତ୍ୟାଦି ଭକ୍ତ ଙ୍କ ବହୁ ଜନସମାଗମ ହୋଇଥିଲା।ଆସନ୍ତା ବର୍ଷ ଆହୁରି ବଡ଼ ଧରଣର କଳାକାର ଡାକି ଯାତ୍ରା ପରିବେଷଣ କରିବେ ବୋଲି ଶ୍ରୀକୁଷ୍ଟ ଯୁବକ ସଂଘରୁ ସୂଚନା ମିଳିଛି।ଓ ମହିଳା କୀର୍ତ୍ତନ ଦଳ ବିଜାଗୁଡ଼ା ଯାତ୍ରା ରେ ଭଜନ କୀର୍ତ୍ତନ କରିଥିଲେ।(ଭୈଦେରା ଓ ବିଞ୍ଜିପାଲି ମହିଳା କୀର୍ତ୍ତନ ମଣ୍ଡଳୀ) ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍।




