ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପଞ୍ଚମୀ ତିଥିରେ ରଥ ଚକ ଅନୂକୂଳ
ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପଞ୍ଚମୀ ତିଥିରେ ରଥ ଚକ ପୂଜା କରାଯାଇ ଅନୁକୂଳ କରାଗଲା। ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଦିନ ରଥ କାଠରେ ଚକ ସଂଯୋଗ କରାଯିବ। ଆସନ୍ତା କାଲିଠାରୁ ଚକ କାମ ଆରମ୍ଭ କରାଯିବ। ବିଶ୍ଵକର୍ମା ଅଶୋକ ମହାପାତ୍ର ରଥ ଚକ କାର୍ଯ୍ୟ ଅନୂକୁଳ କରିଥିବା ବେଳେ ଦେବଦତ୍ତ ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ ଆଗେଇ ଚାଲିଛି।





