ଦୁଇଜଣ ମୋବାଇଲ୍ ଲାପଟପ୍ ଚୋରଙ୍କୁ ଗିରଫ କରିବାସହ , ଚୋରୀ ସାମଗ୍ରୀ ଜବତ କଲା ପୋଲିସ।
ଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରିବାସହ ଚୋରୀ ସାମଗ୍ରୀ ଜବତ କରିଛି ବଡ଼ବିଲ ପୋଲିସ । ସୂଚନା ଅନୁଯାୟୀ ଝାରଖଣ୍ଡ ରାଜ୍ୟ ଡାଲ୍ଟନ ଗଞ୍ ଅଞ୍ଚଳର ରବୀନ୍ଦ୍ର କୁମାର ମିଶ୍ର, କେନ୍ଦୁଝର ଜିଲ୍ଲା ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ସୁନ୍ଦୁରା ବସ୍ତି ସ୍ଥିତ ଗୋଲକ ବିହାରୀ ଗିରିଙ୍କ ଘରେ ଭଡ଼ା ସୁତ୍ରରେ ରହୁଛନ୍ତି । ଶ୍ରୀ ମିଶ୍ର ରହୁଥିବା ଭଡାଘରୁ ରାତି ପ୍ରାୟ ଚାରିଟା ପାଖାପାଖି ସମୟରେ ତାଙ୍କ ଘର ବାଲକୋନି ମଧ୍ଯଦେଇ ଘରେ ପଶି ତାଙ୍କ ଘରୁ ଲାପଟପ୍, ଚାରିଟି ଆପଲ୍ ଦାମୀ ମୋବାଇଲ ଫୋନ , ଇଅରଫୋନ ପ୍ରଭୃତି କେହି ଦୁବୁର୍ତ୍ତ୍ ଚୋରି କରି ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଶ୍ରୀ ମିଶ୍ର ବଡ଼ବିଲ ଥାନାରେ ଏହି ସମ୍ବନ୍ଧ ରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଏହି ଅଭିଯୋଗ କୁ ଭିତ୍ତି କରି ବଡବିଲ ଥାନାର ସବ୍ ଇନିସ୍ପେକଟର ବରଦା ପ୍ରଶନ ସାହୁ ପୋଲିସ ଟିମ୍ ଙ୍କ ସହ ଘଟଣା ସ୍ଥଳ ପରିଦର୍ଶନ କରି ସମସ୍ତ ଦିଗକୁନେଇ ତଦନ୍ତ କରି ଗାଢ଼ା ହାଟିଂର ଦୁଇଜଣ ଯୁବକ ମନୋଜ ରାଜପୁତ ଓ ସନ୍ଦୀପ କାଣ୍ଡୁଲାନା କୁ ଗିରଫ କରି କରିଥିବା ବେଳେ ସେମାନଙ୍କ ନିକଟରୁ ଚୋରୀ ସାମଗ୍ରୀ ଜବତ କରିବାସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡବିଲ ଥାନାଧିକାରିଣି ପ୍ରମୋଦିନି ସାହୁ ଶୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।





