କାଳବୈଇଶାଖି ରେ ଗଛ ପଡି ରାସ୍ତା ଅବରୋଧ
ଅନୁଗୋଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଛକ ନିକଟରେ ଏକ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଦୁଇ ପାର୍ଶ୍ଵରେ ସହ ସହ ଗାଡି ଅଟକି ରହିଥିଲା ,ଖବର ପାଇ ସମାଜ ସେବୀ ତଥା ବିଜେପି ର ଜୁବ ନେତା ଅନିଲ କୁମାର ବେହେରା, ଓ ସମାଜସେବୀ ତପନ କୁମାର ସାମଲ ଗଛ ପଡିଥିବା ସ୍ଥାନରେ ପହଞ୍ଚି ଏକ ହାଇଡ୍ରା ଡକାଇ ଗଛ ଟିକୁ ଉଠାଇ ଥିଲେ । ପରେ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ସେହିପରି ବଳରାମପ୍ରସାଦ ଗ୍ରାମ ର ହରିଜନ ସାହି ରେ ମଧ୍ୟ କାଳବୈଶାଖି ର ପ୍ରଭାବ ରେ ଫୁଲ ଗୋଛାୟତ ଙ୍କ ଘରର ଆଜବେଷ୍ଟ୍ ଗୁଡିକ ପବନ ରେ ଉଡାଇ ନେଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି ।




