









ବଡ଼ବିଲ ଠାରେ ଜାତୀୟ ଆଦିବାସୀ ମୋହସ୍ଚବ ୨୦୨୩ ଉଦ୍ଘାଟିତ ଉତ୍ସବ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଜାତୀୟ ଆଦିବାସୀ ମୋହଶ୍ଚବ ଉଦ୍ଘାଟିତ ହୋଇଯାଇଛି, ଏହି ଅବସରରେ ବଡ଼ବିଲ ୱାର୍ଡ ନମ୍ବର ୪ସ୍ଥିତ ଉତ୍ସବ ପଡିଆ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଜାତୀୟ ଆଦିବାସୀ ମୋହାଶ୍ଚବ ତିନିଦିନ ଧରି ପାଳନ କରାଯିବାକୁ ସ୍ତିର ହୋଇଛି, ଏହି କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନଜାତିୟ ତଥା ଜଳଶକ୍ତି ରାଜ୍ୟ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ମୋହାଦୟା, ଆମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଗୃହ ନିର୍ମାଣବିଭାଗ ସଚିବ ଜ୍ୟୋତି ଭ୍ରମର ତୁବିଦ୍, ଝାରଖଣ୍ଡ ରାଜ୍ୟର ବଡକୁବର୍ ଗାଗରାଇ, ବଡ଼ବିଲ ଅଞ୍ଚଳର ଜଣାଶୁଣା ସମାଜସେବୀ ଡାକ୍ତର ମୁରଲୀ ମନୋହର ଶର୍ମା ଏବଂ ସର୍ବଭାରତୀୟ ସ୍ତରର ଆଦିବାସୀ ସଭାପତି ପୁରୁଷୋତ୍ତମ ଗାଗରାଇ ଯୋଗ ଦେଇଥିବାବେଳେ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମହାଶୟ ବଡ଼ବିଲ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ଏକ ବିଶାଳ ଶୋଭାଯାତ୍ରା ସହ ତାଙ୍କୁ ଉତ୍ସବ ସ୍ଥଳକୁ ନିଆଯାଇଥିଲା। ତତ୍ପରେ ସମସ୍ତ ଅତିଥି ବୃନ୍ଦଙ୍କୁ ଆଦିବାସୀ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସମସ୍ତ ଅତିଥିଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଦିବାସୀ ମାନଙ୍କ କଳା, ସଂସ୍କୃତି, ବେଶଭୂଷା , ଜୀବନଶୈଳୀ ଚଳଣି କୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରୟାସ, ଯାହାକି ଜାତୀୟ ଆଦିବାସୀ ମୋହଶ୍ଚବ ୨୦୨୩ ର ମୁଖ୍ୟ ଆକର୍ଷଣ ହେବ। ବଡ଼ବିଲ ମୋହଶ୍ଚବ ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ , ପାଖାପାଖି ୧୦ଟିରାଜ୍ୟ ରୁ ୪୦୦୦ରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





