(ଚର୍ଚାରେ କନକଦୁର୍ଗା ଉଚ୍ଚ ବିଦ୍ୟାଳୟ —
ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ କରି କର୍ମଚାରୀ ହଟହଟା )
ଜଗତସିଂହପୁର
ତା =27/5/.(ନି ପ୍ର )
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପିତେଇପୁର ପଞ୍ଚାୟତ ସ୍ଥିତ ମା କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁବାଷ ଚନ୍ଦ୍ର ବାରିକ ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲ ରୁ ଚୋରୀ କରି ଚତୁରତାର ସହିତ ନେଉଥିବା ସମୟ ରେ ସେଠାରେ ଉପସ୍ଥିତ ଥିବା ରବୀନ୍ଦ୍ର ବେହେରା ଦେଖିଥିଲେ | ରବୀନ୍ଦ୍ର ଙ୍କ ମନରେ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ଚାଉଳ ବସ୍ତା ଯାଞ୍ଚ କରିଥିଲେ |ଏହି ସମୟରେ ଅଧିକାଂଶ ଅଂଚଳବାସୀ ଉପସ୍ଥିତ ଥିବାରୁ ଚାପା ଉତେଜନା ଦେଖାଦେଇଥିଲା | ଲୋକ ପ୍ରତିନିଧି ଙ୍କ ଉପସ୍ଥିତି ରେ ପିଅନ ସୁବାଷ ଶେଷରେ ହଟ ହଟା ହୋଇ ଚୋରୀ କରି ନେଉଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ବିଦ୍ୟାଳୟ ଷ୍ଟୋର ରୁମ ରେ ଗଛିତ ରଖିଥିଲେ | ପିଅନ ଙ୍କ ଏଭଳି ଦୁଃସାହାସିକ କାର୍ଯ୍ୟକ୍ରମ କୁ ନେଇ ଉକ୍ତ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି | ବିଶେଷ ସୂତ୍ରରୁ ପ୍ରକାଶ ମା କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ରେ ବାରମ୍ବାର ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି | ଦୈନଦିନ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ରାଉତ ଶତାଧିକ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ରିପୋଟ ରେ ଦର୍ଶାଉଥିବା ବେଳେ ପ୍ରକୁତ ପକ୍ଷେ ପଚାଶ ରୁ କମ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିଲେ | ପ୍ରତି ମାସର ବଳକା ଚାଉଳ ପିଅନ ଙ୍କ ସହାୟତା ରେ ଅନ୍ୟତ୍ର ବିକ୍ରି କରାଯାଉଥିବାର ଅଞ୍ଚଳ ବାସୀ ବିଶେଷ ସୂତ୍ରରୁ ଖବର ପାଇଥିଲେ | ହେଲେ ପ୍ରମାଣ ଅଭାବରୁ ବିଦ୍ୟାଳୟ ର କର୍ମଚାରୀ ମାନେ ଖସି ଯାଉଥିଲେ |ହେଲେ ଆଜି ପୂର୍ବାହ୍ନ ରେ ବିଦ୍ୟାଳୟ ଷ୍ଟୋର ରୁମ ରୁ ପିଅନ ସୁବାଷ ଚାଉଳ ନେଇ ଅନ୍ୟତ୍ର ଯିବା ସମୟରେ ଧରା ପଡିବାରୁ ଗ୍ରାମବାସୀ ଙ୍କ ଦ୍ଵାରା ହଟହଟା ହୋଇଥିଲା |ଏଠାରେ ସୂଚନା ଯୋଗ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ର ନିକଟରେ ଅନ୍ୟତ୍ର ବଦଳି ହୋଇଥିବାରୁ |ବର୍ତମାନ ଅନେକ କାଗଜପତ୍ର ପ୍ରସ୍ତୁତି ଚାଲିଛି | ହେଲେ ବିଦ୍ୟାଳୟ ରେ ପାଠ ପଢା ବନ୍ଦ ଅଛି |ଏଥିନେଇ ଆବଶ୍ୟକ ଠାରୁ ଅଧିକ ମଧ୍ୟାହ୍ନ ଭୋଜନ ଚାଉଳ ଗଛିତ ଥିବାରୁ ତାହାକୁ ପିଅନ ଙ୍କ ଜରିଆରେ ହଡପ କରିବାର ମସୁଧା ଚାଲିଥିଲା |ଅଂଚଳବାସୀ ଙ୍କ ଧରାପଡ଼ି ଶେଷରେ ହଟହଟା ହେବାକୁ ପଡିଥିଲା |ଏହି ଚାଉଳ ଚୋରୀ ଘଟଣା ରେ ଅନେକ କର୍ମଚାରୀ ଏବଂ ଲୋକ ପ୍ରତିନିଧି ଜଡିତ ଥିବା ଅଂଚଳବାସୀ ଗଣ ମାଧ୍ୟ୍ୟମ ପ୍ରତିନିଧି ଙ୍କ ନିକଟରେ ଅଭିଯୋଗ କରିଛନ୍ତି |ଏହା ର ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





