( ସଡ଼କ ଦୃଘଟଣା ରେ ମା, ଝିଅ, ମୃତ୍ୟୁ |ଅଳ୍ପେକେ ବର୍ତ୍ତିଲେ ଶଶୁର, ନାତୁଣୀ )
ଜଗତସିଂହପୁର
ତା =30/5/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚାଷପଡା ଛକରେ ମର୍ମାତୁଦ ସଡ଼କ ଡ୍ରିଘାଟଣା ଘଟିଛି | ଏହି ଦୃଘଟଣା ରେ ଦୁଇ ଜଣ ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଅଳ୍ପକେ ବଞ୍ଚିଯାଇଛନ୍ତି |ଖବର ନେବାରେ ଜଣାଯାଇଛି ପୂର୍ବାହ୍ନ ରୁ OD21J6035ନମ୍ବର ଏକ ସ୍କୁଟି ରେ ତ୍ରିତୋଲ କନକପୁର ସ୍ଥିତ ମୂଳିସିଂ ଗ୍ରାମର
ମହମ୍ମଦ ମୁକ୍ତାର ଖାନ ବୋହୁ କଲିମା ଖାତୁନ, ବଡ଼ ଝିଅ ଆଇସା ଖାତୁନ | ସାନ ଝିଅ ଆଲିସା ଖାତୁନ ଆଦି ଚାରିଜଣ ବାଲିକୁଦା ମେଡିକାଲ ଅଭିମୁଖେ ଯାଉଥିଲେ | ଚଷାପଡା ଛକ ରେ କାଦୁଅପଡା ପାର୍ଶ୍ଵ ରୁ ଏକ ଟ୍ରକ ସ୍କୁଟି କୁ ଦ୍ରୁତ ଗତିରେ ଧକା ଦେବାରୁ ଘଟଣା ସ୍ଥଳରେ ବୋହୁ କାଲିମା ଏବଂ ତାର ସାନ ଝିଅ ଙ୍କ ର ମୃତ୍ୟୁ ଘଟିଛି ଏବଂ ଶଶୁର ମୁକ୍ତାର ଏବଂ କାଲିମା ଙ୍କ ବଡ଼ ଝିଅ ଆଇସା ଦୃଘଟଣା ରୁ ଅଳ୍ପେକେ ବର୍ତ୍ତିଯାଇଛନ୍ତି |ଆଖ ପାଖ ଅଞ୍ଚଳ ର ଶତାଧିକ ଜନ ସାଧାରଣ ରାସ୍ତା ଉପରେ ଶବ ଧୋଇ ଘଟଣା ସ୍ଥଳ ରେ ରାସ୍ତା ଅବରୋଧ କରିଛନ୍ତି |ପୋଲିସ ଘଟଣା ସ୍ଥଳରେ ପରିସ୍ଥିତି କୁ ଅନୁଧ୍ୟାନ ଚଳାଇଛି |ଅପର ପକ୍ଷରେ ଦୃଘଟଣା ଘଟାଇ ଥିବା ORO5J2155 ଟ୍ରକ କୁ ବେଗୁନିଆ ପୋଲ ପାଖରେ ଗ୍ରାମବାସୀମାନେ
ଅଟକ ରଖିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





