ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ନିତି ପାଳିତ







ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଭୋର ୫:୩୦ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିଲା। ଠାକୁରଙ୍କୁ କ୍ଷୀର ଗୁଡ,ଘିଅ,ଦହି,ମହୁ ଓ ପଇଡରେ ଜଳ ରେ ସ୍ନାନ କରାଯାଇଥିଲା। ୧୦୮ ଢାଳରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ଚନ୍ଦନ ଲାଗି ବେଶ କରାଯାଇଥିଲା। ପରେ ଠାକୁରଙ୍କୁ ବଳରାମ କୃଷ୍ଣ ଓ ସୁଭଦ୍ରାଙ୍କୁ ସୁନାବେଶ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ରୂପାବେଶ କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ ହାର, ତୁଳସୀ ହାର ଲାଗି କରାଯିବା ସହ ବଲ୍ଲଭ ଭୋଗ, ଉଖୁଡା,ପିଠା,ମିଠା ଫଳମୂଳ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ମଧ୍ୟ ଭୋଗ ଲାଗି କରାଯିବ । ସନ୍ଧ୍ୟା୫:୩୦ରୁ ୬:୦୦ ସମୟରେ ମଧ୍ୟ ଅର୍ନ ଖେଚେଡ଼ି,ଡାଲମା,କ୍ଷୀରି,ପୁଳି,ଖଟା ଭୋଗ ଲାଗି ହେବ। ରାତିରେ ଅଣସର ଘରକୁଯିବେ ଠାକୁର। ପୂଜକ ମଳୟ କର,ଶ୍ରୀବତ୍ସ ମିଶ୍ର, ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ସୁଆର ନିଳମଣୀ ଆଚାର୍ଯ୍ୟ, ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ନିତି ପାଳିତ ହୋଇଯାଇଛି।





