ପବିତ୍ର ସ୍ନାନଯାତ୍ରା ଅବସରରେ ସ୍ନାନ ମଣ୍ଡପରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ଆଜି ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ପୂର୍ବରୁ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ଶୋଭା ପାଉଥିବା ବେଳେ ସ୍ନାନ ମଣ୍ଡପରେ ସ୍ନାନ ପରେ ସ୍ନାନ କରି ଚାଲିଛନ୍ତି। ବିଭିନ୍ନ ପୁଷ୍ପ ହାର ସହ ଠାକୁର ମାନଙ୍କୁ ବିଭିନ୍ନ ଅଳଙ୍କାର ମାନଙ୍କରେ ସଜା ଜାଇଛି। ତୁଳସୀ ମାଳ ସହ ବିଭିନ୍ନ ଅଙ୍ଗ ବସ୍ତ୍ର ପରିଧାନ କରିଥାନ୍ତି ଠାକୁର। ଠାକୁରଙ୍କ ନିକଟକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ପାଲିଙ୍କି ଓ ପଟୁଆରରେ ପହଞ୍ଚି ଥିଲେ। ପରେ ପରେ ଛେରା ପହଁରା କାର୍ଯ୍ୟ ଆରମ୍ଭ କରିଥିଲେ।






