ବାଲେଶ୍ଵର ଟ୍ରେନ ଟ୍ରାଜେଡି କୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା
ବ୍ରହ୍ମପୁର – ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟି ଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା କୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା ଅନୁଷ୍ଠିତ। ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ତଳେ କ୍ୟାଣ୍ଡେଲ ଜାଲି ୨ ମିନଟ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉଦ୍ଧାର ସମୟରେ ସ୍ଥାନୀୟ ସାମ୍ବାଦିକ ଓ ଜନସାଧାରଣ ଭୂମିକାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଉକ୍ତ ଦୁର୍ଘଟଣା ସମୟରେ ବାଲେଶ୍ଵର ରେ ଯେଉଁଭଳି ଭାବେ ରକ୍ତର ଅଭାବ କୁ ଦୂର କରିବା ପାଇଁ ଜନ ସାଧାରଣ ହାତ ବଢ଼ାଇଥିଲେ ତାହାକୁ ମଧ୍ୟ ପ୍ରଶଂସା କରିଥିଲେ। ଏହା ସହିତ ଆଗାମୀ ବୁଧବାର ଦିନ ରକ୍ତ ସଙ୍କଟ ଦୂର କରିବା ପାଇଁ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ। ଆଜିର ଏହି ଶୋକ ସଭାରେ ବ୍ରହ୍ମପୁରର ବରିଷ୍ଟ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ଜଗନ ମୋହନ ମହାପାତ୍ର, ମନୋଜ କାନ୍ତ ଦାସ, ନାରାୟଣ ମହାଙ୍କୁଡ଼, ସମୀର ଆଚାର୍ଯ୍ୟ, ସୁଦୀପ ସାହୁ, ଶିବରାମ ଚୌଧୁରୀ, ଦଣ୍ଡପାଣି ପ୍ରଧାନ, ଆଶିର୍ବାଦ ରାଉତ, ଗୋପାଳ ରେଡ୍ଡୀ, ପିତାମ୍ବର ନାହାକ, ସନ୍ୟାସୀ ଗୌଡ଼, ସୁବ୍ରମଣ୍ୟମ ସ୍ୱାମୀ, କିରଣ ମିଶ୍ର, ସ୍ଵାଧୀନ ସାହୁ, ଉମା ଶଙ୍କର ମିଶ୍ର, ଶିବ ପଣ୍ଡା, ଅନନ୍ତ ରାମ ପ୍ରଧାନ, ଶୁଭେନ୍ଦୁ ସାହୁ, ସଞ୍ଜୟ ସାହୁ, ଲଡୁ କିଶୋର ପାତ୍ର, ହିମାଂଶୁ ସାବତ, ଗୌରୀ ଶଙ୍କର ମିଶ୍ର, ନିର୍ମଳ ସାହୁ, ଅଭିଜିତ କର, ପ୍ରଶାନ୍ତ ପ୍ରତିନିଧି, ରୂପକ ମହାନ୍ତି, ଦୟାନନ୍ଦ ସାହୁ, ଝିଲି ସାହୁ, ବିଘ୍ନରାଜ ମହାପାତ୍ର ସୁଶାନ୍ତ ସାବତ, ମହେଶ ତ୍ରିପାଠୀ, ଅନିଲ ପାତ୍ର ଙ୍କ ସମେତ ବହୁ ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

