ଖଣିଜ କ୍ଷେତ୍ରରେ ଗାଡି ଚୋରଙ୍କ ପାଦୃଭାବ, ଦୁଇଚୋରଙ୍କୁ ଗିରଫ କଲା ବଡ଼ବିଲପୋଲିସ, ହାଇୱା ଉଦ୍ଧାର।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ବୃଦ୍ଧି ପାଉଛି ଗାଡି ଚୋରଙ୍କ ପଦୃଭାବ, ଦୁଇ ହାଇୱା ଗାଡି ଚୋରଙ୍କୁ ଗିରଫ କରିବାସହ ଚୋରୀ ହାଇୱା ଗାଡିକୁ ଉଦ୍ଧାର କରିଛି ବଡ଼ବିଲ ପୋଲିସ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବଡବିଲ ଥାନା ଅର୍ନ୍ତଗତ ଭଦ୍ରାସାହୀ ଟୋଣ୍ଟ ସ୍ଥିତ ନର୍ଭେରାମ ଖଣିରୁ ଆଇରନ ବୋଝେଇ କରି OD 14 AA 6988 ନମ୍ବର ବିଶିଷ୍ଟ ହାଇବା ଗାଡିଟିକୁ ଡ୍ରାଇଭର ଭଦ୍ଦ୍ରାସାହି ଓଭର ବ୍ରିଜ ନିକଟରେ ଛିଡା କରି ଖାଇବାକୁ ଯାଇ ଥିଲା କିନ୍ତୁ ଖାଇସାରି ଫେରିକି ଦେଖିଲା କି କିଛି ଅଜ୍ଞାତ ଯୁବକ ତାଗାଡି ପାଖରେ ଥିଲେ ଓ ସେମାନେ ଡ୍ରାଇଭରକୁ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ମରଣାନ୍ତକ ଆକ୍ରମଣ କରି ଗାଡି ଓ ଚାଳକ କୁ ସେଠାରୁ ନେଇଯାଇ ଥିଲେଏବଂ ଉକ୍ତ ଗାଡିରେ ଲାଗିଥିବା ଜିପିଏସ କୁ ବାହାରକରି ଫୋଫାଡି ଦେବା ସହ ଚାଳକକୁ ଏକ ଗଛରେ ବାନ୍ଧିଦେଇ ଗାଡି ନେଇ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ଗାଡି ମାଲିକ ଅରବିନ୍ଦ ଚୌରାଶିଆ ବଡ଼ବିଲ ପୋଲିସକୁ ଲିଖିତ ଅଭିଯୋଗ ଦେଇଥିଲେ। ବଡ଼ବିଲ ପୋଲିସ ଲିଖିତ ଅଭିଯୋଗ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ବିଭିନ୍ନ ସ୍ଥାନରେ ଖାନତଲାସୀ କରିବା ପରେ ଆଜି ଉକ୍ତ ଗାଡିକୁ ବଡ଼ବିଲ ପୋଲିସ ଓଡିଶା ଝାରଖଣ୍ଡ ସୀମାରୁ ଉଦ୍ଧାର କରିବା ସହ ଏହି ଚୋରିରେ ସଂପୃକ୍ତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଚୋରିରେ ସଂପୃକ୍ତ ଅନ୍ୟମାନେ ଫେରାର ଥିବା ସୂଚନା । ଫେରାର ଥିବା ଅପରାଧୀଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ପୋଲିସ ପକ୍ଷରୁ ସୂଚନା ।ଗିରଫ ଅଭିଯୁକ୍ତ ମାନେ ହେଲେ ଧନଞ୍ଜୟ କୁମାର ସିଂ ଓ ରିଶୁ କୁମାର ସିଂ ବର୍ତ୍ତମାନ ଉଭୟ ଅଭିଯୁକ୍ତ ଯୋଡା ଥାନା ଅର୍ନ୍ତଗତ ହୁଡିସାହି ର ରହୁଥିବା ବଡ଼ବିଲ ପୋଲିସ ପକ୍ଷରୁ ସୂଚନା।
କେନ୍ଦୁଝର ବଡ଼ବିଲରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





