ବଅଁରପାଳ ଥାନାରେ ଯୋଗ ଦେଲେ ନୂତନ ଥାନା ଅଧିକାରିଣୀ
ବଅଁରପାଳ,୬/୬(ଇମିସ):ବଅଁରପାଳ ଥାନାରେ ନୁତନ ଥାନା ଅଧିକାରୀଣୀ ଭାବେ ନିରୂପମା ଜେନା ଯୋଗ ଦାନ କରିଛନ୍ତି।ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ବଅଁରପାଳ ଥାନାରେ ଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ରେଙ୍ଗାଲି ଥାନାକୁ ଥାନା ଅଧିକାରୀ ଭାବେ ବଦଳି କରିବା ସହିତ ଅନୁଗୁଳ ସାଇବର ଥାନାରେ ଥିବା ନିରୂପମା ଜେନା ଙ୍କୁ ବଅଁରପାଳ ଥାନା ଅଧିକାରୀ ଭାବେ ବଦଳି କରିଥିଲେ।ନୂତନ ଥାନା ଅଧିକାରୀ ଭାବେ ନିରୂପମା ଜେନା ଯୋଗ ଦେଇ ଥାନା ଭାର କାର୍ଯ୍ୟ ଗ୍ରହଣ କରିଛନ୍ତି।ସୂଚନା ଥାଉକି ବଅଁରପାଳ ଥାନା ପ୍ରତିଷ୍ଠା ହେବ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ କୌଣସି ମହିଳା ଥାନା ଅଧିକାରୀଣୀ ଯୋଗ ଦେଇନଥିଲେ।ନିରୂପମା ବଅଁରପାଳ ଥାନାରେ ପ୍ରଥମ କରି ମହିଳା ଥାନା ଅଧିକାରୀଣୀ ଭାବେ ଯୋଗ ଦେଇଛନ୍ତି।ସେ ଥାନାରେ ଯୋଗ ଦେଇ କହିଛନ୍ତି ଯେ ବଅଁରପାଳ ଥାନା ଅଞ୍ଚଳରେ ଡକାୟତି, ରାହାଯାଜାନୀ,ସାଇବର ଲୋଟେରାଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ଏବଂ ଅଞ୍ଚଳରେ ଜିରୋ କ୍ରାଇମ ଜୋନ କରିବା ପାଇଁ ନିଷ୍ଠା ପର ସହିତ କାର୍ଯ୍ୟ କରିବେ।ଆଜି ତାଙ୍କୁ ବଅଁରପାଳ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏଥିରେ ସଙ୍ଘ ସଭାପତି ରାଜେଶ କୁମାର ନାୟକ, ଉପ ସଭାପତି ସୁଶାନ୍ତ କୁମାର ସାମଲ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାମଲ, ଏବଂ ସଂଘର ସମ୍ପାଦକ ସୁଶୀଲ କୁମାର ଆଇଚ, ଉପଦେଷ୍ଟା ଅଖିଳ କୁମାର ମହାପାତ୍ର, ସଞ୍ଜୟ କୁମାର ବିଶୋଇ, ତାପସ କୁମାର ଜେନା,ଶଶାଙ୍କ ଶେଖର ସାମଲ, ଦିବ୍ୟରଞ୍ଜନ ସାମଲ, ଏବଂ ସଙ୍ଘର ସରୋଜକାନ୍ତ ଜେନା, ବିଭାଷା କୁମାର ସାମଲ,ମନୋଜ କୁମାର ସାମଲ,ରାଜେଶ ପାତ୍ର,ରୁଦ୍ରମୋହନ ସାହୁ,ସୁମନ୍ତ କୁମାର ଦଳବେହେର,ସୁବ୍ରତ ସାମଲ,ଚୈତନ୍ୟ ସାହୁ,ସୁଧାକର ସାହୁ,ସଂଜୀବ ପାଇକ,କ୍ଷୀରୋଦ ବେହେରା, ବିନୋଦ କୁମାର ନାୟକ,ସନଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ।





