
ଆପଣଙ୍କ ମାନେ ଟିକିରା ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ପକାଉଛନ୍ତି ହୋଇ
ଯାହାନ୍ତୁ ସାବଧାନ ନହେଲେ ଆପଣଙ୍କ ମାନେ ବି ପଡିପାରନ୍ତି ଠକାମୀ ଶିକାର
ହଁ ଦଶକ ବନ୍ଧୁ ଆମେ କହୁଛୁ ଟିକିରା ପେଟ୍ରୋଲ ପମ୍ପ କଥା
କେନ୍ଦୁଝର ଜିଲ୍ଲା
ଢେଙ୍କିକୋଟ ନିକଟସ୍ଥ ୨୨୦ ନମ୍ବର ଜାତୀୟ ରାଜପଥ ର ଟିକିରା ନିକଟରେ ଥିବା ଇଣ୍ଡିଆନ୍ ଅଏଲର ମା ଗଡଚଣ୍ଡି ଫିଲିଙ୍ଗ ଷ୍ଟେସନରେ ଗ୍ରାହକଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ହୋଇଛି। ଦୈନିକ ଗ୍ରାହକଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ବିରେନ୍ଦ୍ର କୁମାର ନାମକ ଜଣେ ସ୍କୁଟି ଚାଳକଙ୍କୁ ପେଟ୍ରୋଲ ଦେବାରେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସେ ପ୍ରଥମେ ତାଙ୍କ ସ୍କୁଟିରେ ୨ଶହ ଟଙ୍କାର ପେଟ୍ରୋଲ ପକାଇ ଥିଲେ। ତେଲ ଦେବାରେ ସନ୍ଦେହ ହେବାରୁ ପୁନର୍ବାର ସ୍କୁଟି ଟାଙ୍କି ଫୁଲ କରିବା ପାଇଁ କହିଥିଲେ । ତେବେ ସ୍କୁଟି ରେ ପୁନର୍ବାର ୪୨୭ ଟଙ୍କା ର ତେଲ ଦେବା ପରେ ଟାଙ୍କି ଫୁଲ ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ୫ଲିଟର ୩୦୦ ମିଲି ମିଟର ତେଲ ଧରୁଥିବା ଟାଙ୍କି ରେ ୬୨୭ ଟଙ୍କାର ପେଟ୍ରୋଲ କିପରି ଧରିଲା। ଏହାକୁ ନେଇ ସ୍କୁଟି ଚାଳକ ତାଙ୍କ ସ୍କୁଟିରୁ ସମସ୍ତ ତେଲ ବାହାର କରିବା ପାଇଁ କହିଥିଲେ। ତେବେ ସ୍କୁଟିରୁ ତେଲ ବାହାର କରିବା ପରେ ସେଠାରୁ ମାତ୍ର ୫ଲିଟର ତେଲ ବାହିରି ଥିଲା। ଯାହାକୁ ନେଇ କିଛି ସମୟ ପାଇଁ ସେଠାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





