ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଢେଙ୍କାନାଳ,ତା.୧୯,୦୬.୨୦୨୩
ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚ ଳନା ସମ୍ପର୍କିତ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷା ଋତୁରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଯେ କୌଣସି ପ୍ରକାର ଆପାତକାଳୀନ ସ୍ଥିତିର ସଠିକ ମୁକାବିଲା କରିବା ଏବଂ ଶୂନ୍ୟ ମୃତ୍ୟୁହାର ନିମନ୍ତେ ସଜାଗ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ଵୟ ରଖ୍ ପୂର୍ବରୁ ପ୍ରସ୍ତୁତି ଶେଷ କରିବାକୁ ପରାମର୍ଶ ଦେଇଥିଲେ । ପରବର୍ତୀ ସମୟରେ ରାସ୍ତା ଘାଟ ଉପରେ ପଡ଼ିଥିବା ଗଛସବୁ କାଟି, ରାସ୍ତା ମରାମତି କରି ଗମନାଗମନ ସୁଗମ କରିବା, ବିଦ୍ୟୁତ ସରବରାହ, ସଂଚାର ବ୍ୟବସ୍ଥା ଠିକ କରିବା, ବାସଗୃହ, ଫସଲ ଇତ୍ୟାଦିର କ୍ଷୟକ୍ଷତି ଆକଳନପୂର୍ବକ ସଠିକ ତଥ୍ୟ ସରକାରଙ୍କ ନିକଟରେ ପ୍ରଦାନକରି ପୁନଃ ଥଇଥାନ ଇତ୍ୟାଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକ ପ୍ରାରମ୍ଭରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ବାଗତ ଜଣାଇଥିଲେ । ତତ୍ପରେ ଜିଲ୍ଲା ଆପାତକାଳୀନ ଅଧିକାରୀ ସୁଶ୍ରୀ ଲୋପାମୁଦ୍ରା ରଥ ବୈଠକର ଉଦ୍ଦେଶ୍ୟ ତଥା ଦିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି, ମଧଳାଳୀନ ବିପର୍ଯ୍ୟୟ ପ୍ରଶମନ ଏବଂ ପରବର୍ତ୍ତୀ ଥଇଥାନର ମହତ୍ତ୍ୱପୂର୍ଣ ଭୂମିକା ସମ୍ବନ୍ଧରେ ଅବଗତ କରାଇଥିଲେ । ଦନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରି ଯଥା ପୂର୍ବ ସୂଚନା, ସମ୍ବେଦନଶୀଳ ସ୍ଥାନ ଓ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଚିହ୍ନଟ, ଭୟାବହତାର ରୂପରେଖ ଆକଳନ କରି ଧନଜୀବନ, ଗୃହ ପାଳିତ ପଶୁ ଇତ୍ୟାଦିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ସହ ବିସ୍ଥାନ, ଖାଦ୍ୟ, ପାନୀୟ ଓ ଔଷଧ ଇତ୍ୟାଦିର ବନ୍ଦେ ବସ୍ତୁ ସମ୍ବନ୍ଧରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ ।
ଏହି ବୈଠକରେ ପଶୁ ସମ୍ପଦ, କୃଷି, ଅଗ୍ନିଶମ, ଜଳସେଚନ, ବିଦ୍ୟୁତ, ଖାଦ୍ୟ ଓ ଯୋଗାଣ, ପୂର୍ତ୍ତ, ଜନସ୍ବାସ୍ଥ୍ୟ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗର ମୁଖ୍ୟ ମାନେ ସେମାନଙ୍କ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ରାଜ୍ୟ ନିରୀକ୍ଷକ ଶ୍ରୀ ଧୀରେନ୍ଦ୍ର କୁମାର ସାହୁ ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି, ସମସ୍ତ ବିଭାଗର ସମନ୍ୱୟ ତଥା ପରିଚାଳନା କକ୍ଷର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଡି଼ ଆର ଆର କନ୍ସଲଟାନ୍ତି ଶ୍ରୀମତୀ ସଙ୍ଗୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହିପରି ଜିଲ୍ଲାର ୮ଟି ବ୍ଲକ, ଗୋଟିଏ ପୌରପାଳିକା ଓ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ, ପୌରପାଳିକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନଙ୍କର ପ୍ରସ୍ତୁତି ବୈଠକ ସମ୍ପର୍କରେ ତଦାରଖ ନିମନ୍ତେ ବରିଷ୍ଠ ପ୍ରଶ ସନିକ ଅଧ୍ୟାକାରୀମାନେ ଗସ୍ତ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


