

ଚନ୍ଦନ ଶ୍ରୀ କ୍ଷେତ୍ରରେ ସହସ୍ରାଧିକ ଭକ୍ତଙ୍କ ସମାଗମ
ବିଷୟ__ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିପଟା ପଞ୍ଚାୟତର ନାରିଗା ଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହୋଇ ଥିଲା। ମନ୍ଦିରର ମୁଖ୍ୟ ସେବାୟତ ରାମଚନ୍ଦ୍ର ଦାସ ଓ ସହଯୋଗୀ ସେବାୟତ ମାନେ ବିଧି ବିଧାନ ଅନୁଯାୟୀ ପ୍ରତ୍ୟକ୍ଷରୁ ଶ୍ରୀ ବିଗ୍ରହ ମାନଙ୍କ ବିଶେଷ ପୂଜାର୍ଚ୍ଚନା କରିଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କୁ ରଥଚୁଡ କରାଯିବା ପରେ ପ୍ରଭୃ ଶ୍ରୀଜଗନ୍ନାଥ ଓ ମାତା ସୁଭଦ୍ରାଙ୍କ ରଥଚୁଡ କରାଯାଇଥିଲା। ନିକଟସ୍ତ ମାଉସୀ ମା ମନ୍ଦିର ସମ୍ମୁଖରେ ରଥ ପହଞିବା ପରେ ବିଭିନ୍ନ ଫୁଲରେ ସୁସଜ୍ଜିତ ରଥକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ମନ୍ଦିର କମିଟି ର ମୁଖ୍ୟ ଶଶଧର ମେଦିନ ସିଂହ ମହାପାତ୍ର ଛେରାପହଁରା କରିଥିଲେ । ଶତାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ନେଉଥିବା ଦୃଶ୍ୟ ବେଶ ମନମୁଗ୍ଧ ହୋଇଥିଲା । କମିଟି ର କର୍ମକର୍ତ୍ତା ସୁବାସ ଚନ୍ଦ୍ର ରାଉତ, ଅକ୍ଷୟ ବଳ,ପ୍ରମୋଦ ସ୍ବାଇଁ, ନରେନ୍ଦ୍ର କୁମାର ରାଉତ, ଜିତେନ୍ଦ୍ର ବିଶ୍ଵାଳ, ପ୍ରହଲ୍ଲାଦ ମଳିକ , ବିଜ୍ଞାନ ଗୁରୁ, ପ୍ରମୁଖ ଉପସ୍ଥିତ ରହି ପବିତ୍ର ରଥଯାତ୍ରା କୁ ସଂଚାଳନ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


