ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ବାଇକ୍ ଚୋରୀ ନେଇ ଥାନାରେ ଅଭିଯୋଗ
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ବାଇକ୍ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଯେ, ଆଜି ବକଳା ଗ୍ରାମର ଶ୍ରୀଧର ଗୋଚ୍ଛାୟତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ତାଙ୍କର ଜଣେ ସମ୍ପର୍କିୟ ଙ୍କ ଦେହ ଖରାପ ହେବାରୁ ଆଡମିଟ୍ କରିବା ପାଇଁ ଆସିଥିବା ବେଳେ ଚିକିତ୍ସାଳୟ ର ବାଇକ୍ କୁ ପାର୍କିଂ କରି ଥିଲେ। ଆଡମିଟ୍ କରି ଆସିଲା ବେଳକୁ ବାଇକ୍ ଆଉ ନଥିବା ଦେଖିବାକୁ ପାଇଥିଲେ। ଏ ନେଇ ଚାରି ଆଡେ ଖୋଜା ଖୋଜି କରିବା ପରେ ନ ମିଳିବାରୁ ଥାନା ରେ ଅଭିଯୋଗ କରିଥିଲେ।





