









ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତର କଣଛନ୍ଦା ଠାରେ ଥିବା କଲ୍ୟାଣ ମଣ୍ଡପରେ ଚାରୋଟି ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ହେଉଛି ସମୁଦ୍ର ପରି ଅଥଳ, ଆକାଶ ପରି ଅପରିସୀମା
ତା’ର କଳ୍ପନା କରିବା ଏକ ଦୁରୁହ ବ୍ୟାପାର। ବୋଲି ଚାରୋଟି ପୁସ୍ତକର ଶୁଭ ଉନ୍ମୋଚନ ଅବସରରେ ଭକ୍ତିଭାବପୂର୍ଣ୍ଣ ଭାବରେ ବକ୍ତା ମାନେ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଆଳି ରାଜକୁଳପୁରୋହିତ ଓ ବିଶିଷ୍ଟ କର୍ମକାଣ୍ଡବିତ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିରଜା ମଣ୍ଡଳର ସଂସ୍କୃତି ବିଶାରଦ ପଣ୍ଡିତ ଭୂପତି ଭୁଷଣ ମିଶ୍ର। ସଞାଳିକା ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସେନାପତି ଦାୟିତ୍ଵ ନିର୍ବାହ କରିଥିଲେ। ଖରସ୍ରୋତା ମହାବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଅଜୟ କୁମାର ଓଝାଙ୍କର ତୃତୀୟ ପୃଷ୍ଠା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପତିଙ୍କର ମଲ୍ଲିକାଜୁନ ଏବଂ ଜଗନ୍ନାଥ ଧଳଙ୍କର ନିଶଦ୍ଦ ଘୁଙ୍ଗୁର ଓ ଶୁଭ୍ରାଶ୍ରୀ ଦାସଙ୍କ ଅନମାସ୍କ ପୁସ୍ତକ ଗୁଡ଼ିକର ଶୁଭ ଉନ୍ମୋଚନ ହୋଇଯାଇଛି। ସମୀକ୍ଷା କରିଥିଲେ ନିରଞ୍ଜନ ବେହେରା, ପ୍ରମୋଦ କୁମାର ମଲ୍ଲିକ,ଜୋସ୍ମା ମହାରଣା ଏବଂ ପ୍ରଦିପ ଜେନା । କବି ଗୋବିନ୍ଦ ନନ୍ଦ,ଶରତ କୁମାର ତ୍ରିପାଠୀ, କୃଷୀ ବୈଙ୍କାନିକ ଧରଣୀଧର ପାତ୍ର,ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ, ଶିକ୍ଷକ ସଞ୍ଜୟ କୁମାର ସାମଲ, ଶିକ୍ଷକ ବଟକୃଷ୍ଣ ପଣ୍ଡା, ଶିକ୍ଷକ ନେତ୍ରାନନ୍ଦ ଦାସ, ଶିକ୍ଷକ ସରୋଜ କୁମାର ମଲ୍ଲିକ, ଶିକ୍ଷକ ନାରାୟଣ ଚନ୍ଦ୍ର ଧଳ, ଶିକ୍ଷାବିତ ସମାଜସେବୀ ନରହରି ପାତ୍ର,ସହଦେବ ସିଂହ, ସରପଞ୍ଚ ଅଟଳ ବିହାରୀ ନାୟକ,ସରପଞ ସତ୍ୟବତୀ ସାମଲ,ଭାରତ ଭୁଷଣ ମଲ୍ଲିକ,ନିଖିଳ କୁମାର ସାମଲ ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରନିନିଧି ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





