ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ । ପରିବାର ନିୟୋଜନ ଏକ ସାମାଜିକ ଦାୟୀତ୍ଵ
ଢେଙ୍କାନାଳ, ତା. ୨୭.୦୬.୨୦୨୩ –
ଆଜି ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ପରିବାର ନିୟୋଜନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ସଚେତନତା ରଥକୁ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୮ ଟି ରଥ ଜିଲ୍ଲାର ସମସ୍ତ ବ୍ଲକ ରେ ଜୁନ ୨୭ ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବୁଲି ପରିବାର ନିୟୋଜନର ସଚେତନତା ବାର୍ତ୍ତା ପ୍ରଚାର କରିବେ । ସେହିପରି ଜୁଲାଇ ୧୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯାଇ ପରିବାର ନିୟୋଜନ ନିମନ୍ତେ ସମସ୍ତ ଉପାୟ/ ପଦ୍ଧତି ପ୍ରୟୋଗ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ ପ୍ରକାଶ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।






