

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆପାତକାଳୀନ ମକ୍ ଡ୍ରିଲ ଆୟୋଜିତ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଟାଟା ଷ୍ଟିଲ୍ କାରଖାନାର ସୁରକ୍ଷା ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳର ଜିଲ୍ଲା ଆପାତକାଳୀନ ଦଳ ସଦସ୍ୟମାନଙ୍କ ଉପସ୍ଥିତିରେ ନରେନ୍ଦ୍ରପୁରସ୍ଥିତ କାରଖାନା ପରିସରରେ ଏକ ଅନସାଇଟ ଆପାତକାଳୀନ ମକ ଡ୍ରିଲ ଆୟୋଜନ କରାଯାଇଥିଲା । ମକ୍ ଡ୍ରିଲ୍ ଅବସରରେ ଓଡ଼ିଶା ସରକାରଙ୍କ ଢେଙ୍କାନାଳ ଜୋନର ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲରର ସହକାରୀ ନିର୍ଦେଶିକା ଇଂ ପୁଷ୍ପମିତ୍ରା ଜେନାଙ୍କ ସହ ଟିଏସ୍ଏମ୍ର ସୁରକ୍ଷା ମୁଖ୍ୟ ଅଗମ କୁମାର , ଏସ୍ଏମ୍ଏସ୍ ମୁଖ୍ୟ ଏଚ୍ ମହେଶ ବାବୁ , ପରିବେଶ ମୁଖ୍ୟ ଅନୁପ ଶ୍ରୀବାସ୍ତବ , ଢେଙ୍କାନାଳର ବିଭିନ୍ନ ଶିଳ୍ପ ସଂସ୍ଥାର ଡିସିଜି ସଦସ୍ୟମାନେ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ ।
ଏଲ୍ଡି ଗ୍ୟାସ୍ ହୋଲ୍ଡଡର ସ୍ଥାନରେ “ ଅତ୍ୟଧିକ ଚାପ ପାଇଁ ଗ୍ୟାସ୍ ହୋଲ୍ଡର୍ରୁ ଏଲ୍ ଗ୍ୟାସ୍ ନିର୍ଗତ ( ୫୫ରୁ୬୦ ପ୍ରତିଶତ କାର୍ବନ ମନୋକ୍ସାଇଟ୍ ) ହେବା ’ ଭଳି ଏକ କାଳ୍ପନିକ ବିପଦଜ୍ଜନକ ସ୍ଥିତିରେ ଏହି ଆପାତକାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା । ଅନସାଇଟ୍ ଆପାତକାଳୀନ ପ୍ରସ୍ତୁତି ଯୋଜନା ଅନୁସାରେ ଗଠନ କରାଯାଇଥିବା ବିଭିନ୍ନ ଦଳ ଏହି ଆପାତକାଳୀନ ସ୍ଥିତିର ମୁକାବିଲାରେ ନିଜର ବିଶେଷତା ପ୍ରଦର୍ଶନ କରିଥିଲେ । ଟିଏସ୍ଏମ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ଆପାତକାଳୀନ ସ୍ଥିତିର ପ୍ରସ୍ତୁତି ଲାଗି ଆୟୋଜିତ ଏହି ମକ୍ ଡ୍ରିଲ୍କୁ ଇଂ ପୁଷ୍ପମିତ୍ରା ଜେନା ପ୍ରଶଂସା କରିଥିଲେ ଏବଂ ସେଥିରେ ଉନ୍ନତି ଆଣିବା ଲାଗି ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଟିଏସ୍ଏମ୍ର ସୁରକ୍ଷା ମୁଖ୍ୟ ଅଗମ କୁମାରଙ୍କ ମାର୍ଗଦର୍ଶନରେ ସୁରକ୍ଷା ବିଭାଗ ପକ୍ଷରୁ ଏହି ଡ୍ରିଲ୍କୁ ସଫଳତାର ସହ ଆୟୋଜନ କରାଯାଇଥିଲା ।





