ସାମଲ ଗ୍ରୁପ ପକ୍ଷରୁ ମେଗା ଲୋନ ମେଳା
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମ ପଞ୍ଚାୟତ ର ୫୫ନମ୍ବର ଜାତୀୟ ରାଜପଥ ରେ ସାମଲ ଜେସିବି ପରିସରରେ ଏକ୍ ମେଗା ଲୋନ୍ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଲୋନ୍ ମେଳା ଆଇସିସିଆଇ ବ୍ୟାଙ୍କ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସାମଲ ଗ୍ରୁପ ର ଏମଡି (MD) ଗଙ୍ଗାଧର ସାମଲ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। ଆଇସିସିଆଇ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ଅଞ୍ଚଳ ଟି ଶିଳ୍ପାଞ୍ଚଳ ବହୁଳ ହୋଇଥିବାରୁ ଗ୍ରାହକ ମାନେ ସ୍ଵଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ କିପରି ଉଠାଇ ପାରିବେ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଆଇ ସି ସି ଆଇ ବ୍ୟାଙ୍କ୍ ରିଜୋନାଲ ହେଡ ସତ୍ୟଜିତ ଭୁତିଆ, ଶୈଳେନ୍ଦ୍ର ଦାଶ, ସଞ୍ଜୀତ କୁମାର ଦାସ, ଆଶୁତୋଷ ଭୂଇଁଆ ଓ ସାମଲ ଗ୍ରୁପ ପକ୍ଷରୁ ଜେନେରାଲ ମ୍ୟାନେଜର ମୃତ୍ୟୁଞ୍ଜୟ ବିଶ୍ଵାଳ, ସେଲସ୍ ମ୍ୟାନେଜର
ନିର୍ମଲ ମହାପାତ୍ର, ସିନିୟର ସେଲସ୍ ଇଂଜିନିୟର ଦୟାନିଧି ସାହୁ, ଜେ ସି ବି ମ୍ୟାନେଜର୍ ରଞ୍ଜିତ କୁମାର ଶତପଥୀ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ମେଳାରେ ଜେ ସି ବି, ଟାଟା କମ୍ପାନୀ ର ମାଲବୁହା ଗାଡି ସୌଖୀନ ଲସ୍କଜୋରି ଯାତ୍ରୀବାହୀ ଗାଡ଼ି ଭାବେ ଟାଟା ହାରିୟାର, ଜାଗୁଆର୍, ଏମଜି ହେକ୍ଟର,
ସୀଟ୍ରୋନ୍, ଟାଟା ଟ୍ରିପର, ସିଗ୍ମା ପ୍ରମୁଖ ଗାଡି ପ୍ରଦର୍ଶିତ କରାଯାଇଛି।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-22-scaled.jpg)