
ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ବନ ମହୋତ୍ସବ – ୨୦୨୩ ପାଳିତ
ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ପ୍ରତି ବର୍ଷ ଜୁଲାଇ ମାସ ୧ ତାରିଖ ରୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ। ଏହି ଅବସରରେ ପ୍ରଥମ ଦିନ ରେ ଚୌଦ୍ଵାର ପୌରପାଳିକା ୬ନମ୍ବର ୱାର୍ଡ ନୁନ୍ଟିକରୀ ଗ୍ରାମ ରେ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା। ବନ ମହୋତ୍ସବ ଲକ୍ଷ୍ୟ ହେଉଛି ଆମ ଦେଶର ଜନସାଧାରଣ ଙ୍କୁ ଜଙ୍ଗଲ ସୃଷ୍ଟି କରିବା ପାଇଁ ସଚେତନ କରାଇବା ର ପର୍ବ । ୧୯୫୦ ମସିହା ଠାରୁ ଭାରତ ସରକାର ଏହି ଯୋଜନା କୁ ଲାଗୁ କରିଛନ୍ତି। ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିବ ବୋଲି ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ର ସମ୍ପାଦକ ଅଶ୍ୱନି କୁମାର ଜେନା ମତପ୍ରକାଶ କରିଛନ୍ତି।
ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଚୌଦ୍ଵାର ଥାନା ଭାରପ୍ରାପ୍ତ ଅଧିକାରୀ
ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପତି ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବର୍ତ୍ତମାନ ସମୟରେ ସମସ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ବଜରଙ୍ଗ ବାଲି ପୂଜା କମିଟିର ସଭାପତି ସଞ୍ଜୟ କୁମାର ନାୟକ ଓ ନୁନ୍ଟିକରୀ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମ ପାଇଁ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ର ସମସ୍ତ ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


