କାୟା ପଲ୍ଲୀ ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର।

କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଛପଦା ଗ୍ରାମ ପଞ୍ଚାୟତ କାୟା ପଲ୍ଲୀ ଗ୍ରାମ ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କାୟା ପଲ୍ଲୀ ଗ୍ରାମ ର ଚଗୁ ବେହେରା ବୟସ ୩୮ । ପ୍ରତିଦିନ ସେ ସକାଳ ସାତ ଟା ସମୟ ରେ କାମ କୁ ଯିବା ଭଳି ଗତ କାଲି ମଧ୍ୟ ଯାଇ ଥିଲେ। କିନ୍ତୁ ଗତ କାଲି ସକାଳେ କାମ କୁ ଯାଇ ସନ୍ଧ୍ୟା ରେ ଫେରି ପୁଣି ଯାଇଥିଲେ କାମ କୁ। ଚଗୁ ଙ୍କ ଧର୍ମ ପତ୍ନୀ ଝରଣା ବେହେରା ମଧ୍ୟ କାମ କରନ୍ତି ସେ କାମରୁ ଫେରିବା ପରେ ପିଲା କହିଲେ ବାପା ଆସି ପୁଣି କାମ କୁ ପଳାଇଲେ। ଚଗୁ ମାଙ୍କଡ଼ା ପଥର ଗାଡ଼ିରେ ହେଲ୍ପର୍ ଭାବେ କାମ କରନ୍ତି। ଗତ କାଲି ରାତିରେ ଚଗୁ କାମ କୁ ଯିବ ପରେ ଆଉ ଘର କୁ ଫେରି ନଥିଲେ। ଆଜି ଭୋର୍ ସମୟ ରେ ତାଙ୍କ ମୃତ ଦେହ ଗ୍ରାମ ବାସି ଦେଖି ତାଙ୍କ ପତ୍ନୀ ଙ୍କୁ ଜଣାଇ ଥିଲେ। ପରେ ଘଟଣା ସ୍ଥଳ ରେ ପତ୍ନୀ ପହଞ୍ଚି ଦେଖିଲେ ଯେ ଶରୀର ରେ ବିଭିନ୍ନ ଜାଗାରେ ଖ୍ୟତ ଚିହ୍ନ। ପରେ ଗ୍ରାମ ବାସି ସରପଞ୍ଚ ଙ୍କ ପ୍ରତିନିଧି ଙ୍କୁ ଜଣାଇ ଥିଲେ। ସରପଞ୍ଚ ଙ୍କ ପ୍ରତିନିଧି ଟାଙ୍ଗୀ ଥାନା ଅଧିକାରୀ ଙ୍କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହ ଜନକ ଭାବେ ପୋଲିସ କାୟା ପଲ୍ଲୀ ଗ୍ରାମରୁ ଜଣକୁ ଉଠାଇ ନେଇଥିବା ବେଳେ ସାଇନ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି। ପୂର ପଥର ଖଣି ରେ ଏହି ଭଳି ମୃତ ଦେହ ଦେଖିବାକୁ ମିଳିଥିଲା। ଏ ପର୍ଯ୍ୟନ୍ତ ଦୋଷୀ ଖୁଲମ୍ ଖୋଲା ବୁଲୁଥିବା ବେଳେ ଆଜି ଆଉ ଏକ ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି । ସାଧାରଣ ରେ ଲୋକ ମାନଙ୍କ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ବେ ଆଇନ୍ ପଥର ଖଦାନ ଯୋଗୁ ମୂଲ୍ୟବାନ ଜୀବନ ବଳି ପଡ଼ୁଛି।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।





