ତାଲୁକ ଆଇନ ସେବା କମିଟୀ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ
ଅନୁଗୋଳ ଜିଲ୍ଲା ବଅଁରପାଳ ଜେ ଏମ୍ ଏଫ୍ ସି କୋର୍ଟ ପକ୍ଷରୁ ନୂଆହତା ଗ୍ରାମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ବିଚାରପତି ତଥା ତାଲୁକ ଆଇନ ସେବା କମିଟିର ଚେୟାରମେନ (ଅଧକ୍ଷା) ଶ୍ରିମତୀ ସ୍ରୁଷ୍ଟି ସାମନ୍ତ ଚାରା ରୋପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଏହା ପରେ ଅଦାଲତର ବରିଷ୍ଠ ଓକିଲ ତଥା ଆଇନ କମିଟିର ସଦସ୍ୟ ହେମନ୍ତ କୁମାର ସାହୁ, ଅଦାଲତର ବଡ ବାବୁ ଅମରେନ୍ଦ୍ର ସାହୁ କୋର୍ଟ ଆସିଷ୍ଟାଣ୍ଟ ସବ ଇନିସପେକ୍ଟର ଚିତ୍ତ ରଞ୍ଜନ ସାହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳ କାନ୍ତ ବିଶ୍ଵାଳ, ରେଞ୍ଜର ସୁକାନ୍ତି ଦେଇ, ଏଫ ସି ଆଇ ଫରେଷ୍ଟର ଜପେନ୍ଦ୍ର ବିଶ୍ଵାଳ, ଗଣ୍ଠିଗାଡ଼ିଆ ଫରେଷ୍ଟ ଗାର୍ଡ ଲଲିତ କୁମାର ବେହେରାଙ୍କ ସହ କୋର୍ଟ ବନବିଭାଗ ର ଅନ୍ୟନ୍ୟ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଚାରା ରୋପଣ କରିଥିଲେ। ଏହି ଅବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୋର୍ଟର ଆଇନ ସେବା କମିଟୀ ଦାୟିତ୍ଵ ରେ ଥିବା ପେସ୍କୋର ବିଭୁ ଭୋଇ, ସୁଶାନ୍ତ ପଲେଇ ଓ ଯୋଗେଶ୍ଵର ସେଠୀ ପରିଚାଳନା କରିଥିଲେ। ବଅଁରପାଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ ଭାରତ୍ ନ୍ୟୁଜ







