ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବଅଁରପାଳ ବ୍ଲକରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ
ବଅଁରପାଳ,୭/୭(ଇମିସ):ବଅଁରପାଳ ବ୍ଲକ ରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ବାଦ ବ୍ଲକ ତଥା ସାହିତ୍ୟ ଘର ସଂଯୋଜକ ରାଜେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଶୁଭ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ବଅଁରପାଳ ବ୍ଲକରେ ଏକ ହଜାର ବିଭିନ୍ନ ପ୍ରକାରର ଫଳନ୍ତି ଏବଂ ଔଷଧିୟ ବୃକ୍ଷ ରୋପଣ କରିବା ପାଇଁ ଧାର୍ଯ୍ୟ କରାଯାଇଛି।ଆଜି ବଅଁରପାଳ ବ୍ଲକରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଛି।ଆଜି ପ୍ରଥମ ଦିନରେ ୪୩୦ ଟି ବିଭିନ୍ନ ପ୍ରକାରର ଫଳନ୍ତି ଏବଂ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଥମେ ତଳମୂଳ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ତଳମୂଳ ସରପଞ୍ଚ ସୋନାଲି ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ତଳମୂଳ ବିଜେଡ଼ି ଯୁବ ସଭାପତି ଅମରେଶ ସାହୁ ଯୋଗ ଦେଇ ତଳମୂଳ ପଞ୍ଚାୟତର କୁନ୍ଦୁଲେଶ୍ୱର ମନ୍ଦିର ପଡ଼ିଆ ଏବଂ ପୋଖରୀ ହୁଡ଼ାରେ ୨୦୬ଟି ବୃକ୍ଷ ରୋପଣ କରାଯାଇଥିଲା।ମୁଖ୍ୟ ଅତିଥି ସରପଞ୍ଚ ସୋନାଲି ମହାପାତ୍ର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସ୍ୱାଗତ ଜଣାଇବା ସହିତ ପରିବେଶ ସନ୍ତୁଳିତ ଏବଂ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ବୃକ୍ଷର ଆବଶ୍ୟକତା ବହୁତ ରହିଛି ତେଣୁ ଏହି କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହୋଇ ଗଛ ଲଗାଇ ନିଜର ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବାରେ ସହଭାଗୀତା ହୁଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।ସେହିପରି ପଞ୍ଚାୟତ ବିଜେଡ଼ି ଯୁବ ସଭାପତି ଅମରେଶ ସାହୁ କହିଛନ୍ତି ସମ୍ବାଦ ଖବରକାଗଜ କେବଳ ନୁହେଁ ବିଭିନ୍ନ ପ୍ରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ କରୁଥିବାରୁ ସମସ୍ତଙ୍କ ନିକଟରେ ଆଦୃତ ହୋଇପାରିଛି।ଆଜି ତଳମୂଳ ସମେତ ବିଭିନ୍ନ ଗ୍ରାମରେ ଗଛ ଲଗା ଯାଇଛି ସମ୍ବାଦ ସାହିତ୍ୟ ଘର ପକ୍ଷରୁ।ପରିବେଶ ପାଇଁ ଗଛର ଆବଶ୍ୟକତା ବହୁତ ରହିଛି ତେଣୁ ସମ୍ବାଦର ଏହି କାର୍ଯ୍ୟକ୍ରମ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟତା ହେବ।ଏହି ଜନ ହିତକର କାର୍ଯ୍ୟକ୍ରମ ସମ୍ବାଦ ପକ୍ଷରୁ କରାଯାଉଥିବାରୁ ସମ୍ବାଦର ଅଧକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି।ସେହିପରି ମହୀଧରପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା, ସହକାରୀ ଶିକ୍ଷକ ମିନତୀ ପ୍ରଧାନ,ବିଷ୍ଣୁପ୍ରିୟା ପାଣି,ଦିଲ୍ଲୀପ କୁମାର ନାଥ,ମାନସ କୁମାର ସାହୁ ,ଅର୍ଜୁନ ନାୟକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତରେ ଗଛ ଲଗା ଯାଇଥିଲା।ସେହିପରି ମହୀଧରପୁର ଶିଶୁମନ୍ଦିର ଏବଂ ମହୀଧରପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ୨୨୪ ଟି ବୃକ୍ଷ ରୋପଣ କରାଯାଇଛି।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ମାନେ ଉପସ୍ଥିତ ଥିଲେ।





