ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତର ନାଳ ପାଖରେ ବାଇକ ଧକ୍କାରେ ଏକ ସାଇକେଲ ଆରୋହୀ ଗୁରୁତ୍ତର ହେବା ନେଇ ଥାନାରେ ଅଭିଯୋଗ। ଗୁରୁତ୍ତର ସାଇକେଲ ଆରୋହୀ ଜଣଙ୍କ ହେଲେ ଗଡସନ୍ତ୍ରୀ ପଞ୍ଚାୟତ ର ବଡଖଳି ଗ୍ରାମର ପୀତବାସ ବେହେରା। ପୀତବାସ ଙ୍କ ପୁଅଙ୍କ ସୂଚନା ମୁତାବକ ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ବଅଁରପାଳ ମାର୍କେଟ ରୁ ଖାଦ୍ୟ ସମାଗ୍ରୀ ନେଇ ଘରକୁ ଫେରୁଥିଲେ। ଗଡସନ୍ତ୍ରୀ ର ନାଳ ପାଖରେ ବିପରୀତ ପାଖରୁ ଏକ ଦୃତ ଗତିରେ ଆପାଚୀ ବାଇକ ଓଡି 15 ପି 6159 ଆସି ସାଇକେଲ ର ସମ୍ମୁଖ ଭାଗରେ ଧକ୍କା ଦେବା ଫଳରେ ରାସ୍ତା ପାର୍ଶ୍ଵକୁ ଛିଟିକି ପଡିଯାଇଥିଲା। ସ୍ଥାନୀୟ ଲୋକ ମାନେ ଘରକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ଗୁରୁତ୍ତର ଅବସ୍ଥାରେ ପୀତବାସ ଙ୍କୁ ନିକଟସ୍ଥ ଚିକିତ୍ସାଳୟ କୁ ଚିକିସ୍ଥା ନିମନ୍ତେ ଭର୍ତି କରାଇଛନ୍ତି ।ପରିବାର ଲୋକେ ଥାନାକୁ ସୂଚନା ଦେବାପରେ ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ବାଇକ କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।




