ବିଉଟିସିଆନ୍ ଆସୋସିଏସନ୍ର ଆଧାର ଉଦ୍ୟୋଗ କାର୍ଯ୍ୟକ୍ରମ
ଢେଙ୍କାନାଳ- ୧୦,୦୭.୨୦୨୩ – ଢେଙ୍କାନାଳ ସହରସ୍ଥିତ ଆର୍.କେ. ଏଜେନ୍ସୀ ହୋଟେଲ୍ ଠାରେ ବିଉଟିସିଆନା ଆସୋସିଏସନ୍ର ଏକ ଆଧାର ଉଦ୍ୟୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିଦରରେ ସମସ୍ତ ବିଉଟିସିଆନ୍ ଆଧାର ଲିଙ୍କ୍ କରିବା ପରାମର୍ଶ ଦିଆଯାଇଅଛି । ଆଧର ଲିକ୍ କରାଗଲେ ବହୁତ ସୁବିଧା ସୁଯୋଗ ମିଳିପାରିବ ବୋଲି ଭୁବନେଶ୍ବରରୁ ଆସିଥିବା ବିଉଟିସିଆନ୍ ଆସୋସିଏସନ୍ ପକ୍ଷରୁ ଜଣାଇଛନ୍ତି । ଅତିଥ ଭାବେ ନିର୍ମଦା ସାହୁ, ଇତିଶ୍ରୀ ମହାନ୍ତି, ପୁଷ୍ପପ୍ରିୟ ତ୍ରିପାଠୀ, ଜ୍ୟୋତ୍ସ୍ନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ୪୦ଟି ବିଉଟିସିଆନ୍ ଆସୋସିଏସନ୍ ଭାଗନେଇଥିଲେ। ଅନୁଷ୍ଠାନର ସଭାପତି ସୂଚା ସାମଳ, ଉପସଭାପତି ସୁଚିସ୍ମିତା ମହାନ୍ତି, ସଂପାଦକ ମାଳବିକା ସାଇଁ ଏବଂ କବିତା ବେହେରାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସେୟାର୍ ବ୍ରସ୍ ମେକ୍ଅପ୍ ଓ ହେୟାର ଷ୍ଟାଲ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଢେଙ୍କାନାଳର ସମସ୍ତ ବିଉଟିସିଆନ୍ ଆସୋସିଏସନ୍ ଗୁଡିକୁ ଭୁବନେଶ୍ବର ବିଉଟିସିଆନ୍ ସଂସ୍ଥା ସମିତ ପଞ୍ଜିକରଣ କରାଯିବ ଏବଂ ଏହା କରାଗଲେ ସରକାରଙ୍କ ଠାରୁ ଋଣ ପାଇପାରିବେ କହିଛନ୍ତି ସମସ୍ତ ଆସୋସିଏସନ୍ ତରଫରୁ ସୁବିଧା ଓ ଅସୁବିଧା ବିଷୟରେ ସରକାରଙ୍କୁ ଜଣାଇବାକୁ ନିଷ୍ପତି ଗ୍ରହଣ କରିଛନ୍ତି

।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)