( ଚୋରା ମଦ ଦୋକାନୀ ଙ୍କୁ ପ୍ରୋଛାହନ | ସରକାରୀ ମଦ ଦୋକାନ ଖୋଲିବାକୁ ବିରୋଧ | କାହା ଇଙ୍ଗିତ ରେ ମହିଳା ଙ୍କ ଆନ୍ଦୋଳନ )
ଜଗତସିଂହପୁର
ତା =11/7/23 ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି | ବାଲିକୁଦା ବଜାର ନିକଟରେ ଥିବା ଏକ ସରକାରୀ ମଦ ଦୋକାନ ରୁ ବେଆଇନି ଭାବେ ଚୋରା ମଦ ମାଫିଆ ଙ୍କ ଜରିଆରେ ଦୈନଦିନ ଶହ ଶହ ପେଟି ଚୋରା ମଦ ବାଲିକୁଦା ଅଂଚଳର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇ ଚୋରା ମଦ ମାଫିଆ ଏବଂ ସରକାରୀ ମଦ ଦୋକାନ ମାଲିକଙ୍କ ମଧୁଚନ୍ଦ୍ରିକାରେ ଉଭୟ ଙ୍କର ବ୍ୟବସାୟିକ ଅଭିବୃଦ୍ଧି ଜୋରଦାର ଚାଲିଥିଲା | ସରକାର ଙ୍କ ରାଜସ୍ବ ବୃଦ୍ଧି ନିମନ୍ତେ ବାଲିକୁଦା କଂସାରୀକୁଦ ଠାରେ ନୂତନ ଭାବେ ଆଉ ଏକ ବିଦେଶୀ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି | ଏଥିନେଇ ପୂର୍ବରୁ ବାଲିକୁଦା ବଜାର ନିକଟରେ ଥିବା ସରକାରୀ ମଦ ଦୋକାନ ମାଲିକ ଏବଂ ଚୋରା ମଦ ମାଫିଆ ମାନଙ୍କ ଇଙ୍ଗିତ ରେ ଯୋଜନା ପ୍ରସ୍ତୁତ କରାଯାଇ ଶତାଧିକ ମହିଳା ମାନଙ୍କ ଦ୍ଵାରା ନୂତନ ସରକାରୀ ମଦ ଦୋକାନ ଖୋଲିବା ବିରୋଧ ରେ ଶତାଧିକ ମହିଳା ଜ଼ିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଖବର ନେବାରେ ଜଣାଯାଇଛି ଏହି ମହିଳାମାନେ ବାଲିକୁଦା ଅଞ୍ଚଳରେ ଦୀର୍ଘ ଦିନ ହେବ ଚୋରା ମଦ କାରବାର ବୃଦ୍ଧି ପାଉଥିଲେ ମଧ୍ୟ୍ୟ କାହିଁକି ବିରୋଧ କରୁନଥିଲେ |ବର୍ତମାନ ସରକାରୀ ମଦ ଦୋକାନକୁ କାହା ଇଙ୍ଗିତ ରେ ବିରୋଧ କରୁଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ











