ବ୍ଲକ ଉପାଧ୍ୟାକ୍ଷାଙ୍କ ସ୍ୱାମୀ କୁ ଆକ୍ରମଣ ଘଟଣା ରେ ଚୌଦ୍ଵାର ଥାନା ଘେରାଉ କଲେ ବିଜେଡ଼ି କର୍ମୀ
ଟାଙ୍ଗୀ ଚୌଦ୍ୱାର ବ୍ଲକ ଉପାଧ୍ୟାକ୍ଷା ସୁପ୍ରିୟା ଜେଠୀ ଙ୍କ ସ୍ୱାମୀ ଙ୍କୁ କିଛି ଦିନ ତଳେ ନଖରା ଛକ ନିକଟରେ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ l ବ୍ଲକ ଉପାଧ୍ୟାକ୍ଷା ସୁପ୍ରିୟା ଜେଠୀ ଚୌଦ୍ୱାର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ l ଆଜି କୁ ଚାରି ରୁ ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ଦୁର୍ବୁତ୍ତ ଙ୍କୁ ପୋଲିସ ଗିରଫ କରିନଥିବାରୁ ଆଜି ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଦ୍ୱାରା ଏକ ବିଶାଳ ରାଲିରେ ଆସି ବହୁ ବିଜେଡ଼ି ଦଳ ର କର୍ମୀ ମାନେ ଚୌଦ୍ୱାର ଥାନା ରେ ପହଂଚିଥିଲେ l ଅନ୍ୟ ପକ୍ଷ ରେ ପୂର୍ବତନ ବିଧାୟକ ଙ୍କ ସହ ଏକ ଟିମ ଏସପି ଙ୍କ ସହ ସାକ୍ଷାତ କରିବା ସହିତ କାହିଁକି ଏପର୍ଯ୍ୟନ୍ତ ଦୁର୍ବୁତ୍ତ ମାନଂକୁ ଗିରଫ କରାଯାଇନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା ଏବଂ ବହୁ ଶୀଘ୍ର ଦୁର୍ବୁତ୍ତ ମାନଂକୁ ଗିରଫ କରାଯିବ ବୋଲି ଏସିପି ଶ୍ରୀ ଅରୁଣ ସ୍ୱାଇଁ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଆଜିର ଏହି ଥାନା ଘେରାଉ ରେ ସାଂସଦ ଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡା, ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ଵର୍ଣପ୍ରଭା ସାମଲ, କଟକ ଜିଲ୍ଲା ମହିଳା ସମ୍ପାଦିକା ସସ୍ମିତା ନାୟକ, ବିମଲ ବେଉରା, ଭରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ।




