୭ଦିନ ମଧ୍ୟରେ ସାପ କାମୁଡ଼ାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟ ପରେ ଚେତିଲା ପ୍ରଶାସନ । ପ୍ରତ୍ୟେକ ତହସିଲଦାରଙ୍କ ନେତୃତ୍ୱରେ ଭିତ୍ତିଭୂମି ଯାଞ୍ଚ ପାଇଁ ଗଠନ ହେଲା ଟିମ
୩ ଦିନ ମଧ୍ୟରେ ୨ଟି ପୃଥକ ଘଟଣାରେ ବିଷାକ୍ତ ସାପ କାମୁଡ଼ାରେ ୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟ, ୨ ଜଣ ଗୁରୁତର ଅବସ୍ଥା ରେ କଟକ ବଡ ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥା ରେ ଥିବା ଘଟଣା ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି । ଆଗକୁ କେମିତି ଏପରି ଦୁର୍ଘଟଣା ନଘଟିବ ସେନେଇ ଜିଲାପାଳ ଏବେ ଆକ୍ସନ ମୋଡ଼ରେ । ଜିଲାରେ ଥିବା ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସହ ଆବାସିକ ସ୍କୁଲ କିମ୍ବା ହଷ୍ଟେଲ ଥିବା କୋଚିଂ ସେଣ୍ଟର ର ଭିତ୍ତିଭୂମି ଯାଞ୍ଚ କରିବାକୁ ଜିଲ୍ଲାପାଳଙ୍କ ନିର୍ଦେଶରେ ପ୍ରତ୍ୟେକ ବ୍ଲକରେ ସ୍ଥାନୀୟ ତହସିଲଦାର ନେତୃତ୍ୱରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରଙ୍କୁ ନେଇ ସ୍ଵତନ୍ତ୍ର ଟିମ ଗଠନ କରଯାଇଥିବା ଜିଲାପାଳ କହିଛନ୍ତି । ଯେକୌଣସୀ ଅନୁଷ୍ଠାନରେ ଛାତ୍ରଛାତ୍ରୀ ରହୁଛନ୍ତି ସେଠାରେ ରହିବା ଉପଯୁକ୍ତ ପରିବେଶ ଅଛି କି ନାଁହି ସେନେଇ ବିଶେଷ ଦୃଷ୍ଟି ଦେବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ରୁ ରଞ୍ଜନ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




