ସିରିଜ୍ ଦୁର୍ଘଟଣା, ଜମଦୁତ ସାଜି ମଡିଆସିଲା ୧୪ଚକିଆ ଟ୍ରକ୍ , ଜଣେ ମୃତ ୧୧ଆହତ।
ଆଙ୍କର୍ – କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆକାଟୀ ମା ‘ ତାରିଣୀ ମନ୍ଦିର ସାମ୍ନା ୪୯ନଂ ଜାତୀୟ ରାଜପଥ ଉପରେ ଏକ ଭୟାବହ ସିରିଜ ଦୁର୍ଘଟଣା ହୋଇ ଥିବା ନେଇ ସୂଚନା। ଯୋଡ଼ା ଖଣି ଅଞ୍ଚଳରୁ ଆଇରନ ଲୋଡ୍ କରି ଆସୁଥିବା ଏକ ୧୪ ଚକିଆ ଟ୍ରକ ଗୋଟେ ପରେ ଗୋଟେ ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା ଶେଷରେ ଏକ ବୁଲେଟକୁ ଘୋଷାରି ନେଇ ଥିଲା। ଏହି ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ପ୍ରଥମେ କୌଣସି କାରଣରୁ ଅମ୍ବା ଯାତ୍ରୀବାହୀ ବସକୁ ଧକ୍କା ଦେଇ ଗୋଟେ ଚାରି ଚକିଆ ଡାଲା ଅଟୋକୁ ପିଟି ଥିଲା। ଏହାପରେ ଗୋଟେ କଂକ୍ରିଟ ଗୋଳା ଗାଡ଼ିକୁ ଧକ୍କା ଦେଇ ପାଖରେ ଯାଉ ଥିବା 0D09 Q 6708 ନଂ ବୁଲେଟ ବାଇକକୁ ଘୋଷାରି ନେଇ ଥିଲା। ବୁଲେଟ ଚାଳକ କେନ୍ଦୁଝର ସହର ଧାଙ୍ଗଡ଼ପଡ଼ା ୟାମା ଶୋ ରୁମ୍ ପାଖରେ ବୁଲେଟ ଗାଡ଼ି ଗ୍ୟାରେଜ୍ କରିଥିବା ତ୍ରିନାଥ ମହାନ୍ତଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ୪ଟି ଗାଡ଼ିକୁ ଧକ୍କା ଦେଲାପରେ ମଧ୍ୟ ଯୋଡ଼ା ଟ୍ରକ୍ ଓନର ଆସୋସିଏସନ୍ ପଞ୍ଜୀକୃତ OD 16H 7237 ନଂ ବିଶିଷ୍ଟ ଏହି ୧୪ ଚକିଆ ଟ୍ରକଟି ବୁଲେଟ ସହ ତ୍ରିନାଥ ମହାନ୍ତଙ୍କୁ ରାସ୍ତା ମଝିରେ ଘୋଷାଡି ନେଇ ଥିଲା। ତ୍ରିନାଥ ଅଣ୍ଟା ପାଖରୁ ଆଘାତ ପାଇ ନିଜ ଅଙ୍ଗ ହରେଇ ପ୍ରବଳ ରକ୍ତସ୍ରାବ ମଧ୍ୟରେ ଉଠିବାକୁ ଚେଷ୍ଟା କରୁ କରୁ ସେଇଠି ଟଳି ଯାଇଥିଲେ। ଟ୍ରକ୍ ସାମନାରେ ବୁଲେଟ ଲାଖି ରହିବାରୁ ଟ୍ରକ୍ ଆଗେଇ ପାରି ନଥିଲା। ନହେଲେ କେତେ ଯେ ଜୀବନହାନି ଘଟି ଥାଆନ୍ତା କହିବା ସମ୍ଭବ ନୁହେଁ। ଦୁର୍ଘଟଣା ର ସଠିକ୍ କାରଣ ଜଣା ପଡ଼ି ନଥିଲେ ମଧ୍ୟ ଗାଡ଼ି ଚାଳକ ନିଶାସକ୍ତ ଅବସ୍ଥାରେ ଥିବାଭଳି ସନ୍ଦେହ ହେଉଛି। ଦୁର୍ଘଟଣା ପରେ ନୃଶଂସ ନରହନ୍ତା ଟ୍ରକ୍ ଚାଳକ କୌଶଳ କ୍ରମେ ଗାଡ଼ିରୁ ଡେଇଁ ଫେରାର ହୋଇ ଯାଇଛି। ୧୧ଜଣ ବସଯାତ୍ରୀ କିଛି ମାତ୍ରାରେ ଆହତ ହୋଇଥିବା ବେଳେ ଅନ୍ୟାନ୍ୟ ଗାଡ଼ିରେ ଥିବା ଲୋକେ ସୁରକ୍ଷିତ ଥିବା ଜଣା ପଡିଛି। ଶୁଆକାଟୀ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)