( ସାରଳା ସଂସ୍କୃତ ମହାବିଦ୍ୟାଳୟ ର 30 ତମ ମହାର୍ଯ୍ୟ ପ୍ରତିଷ୍ଠା ଦିବସ ପାଳିତ )
ଜଗତସିଂହପୁର
ତା 9/8/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ମୁଳୁଗାଁ କରମଙ୍ଗ ସ୍ଥିତ ସାରଳା ସଂସ୍କୃତ ମହାବିଦ୍ୟାଳୟ ର ତିରିଶି ତମ ମହାର୍ଯ୍ୟ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି | ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥିଭାବେ ଉପ ଜ଼ିଲ୍ଲାପାଳ ପ୍ରଦୀପ୍ କୁମାର ସାହୁ ପ୍ରଦୀପପ୍ରଯ୍ୟଳନ କରି ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମହାବିଦ୍ୟାଳୟ ଅଧକ୍ଷ୍ୟ ଅଜୟ କୁମାର ମୁଦୁଲି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ମୁଖ୍ୟ ବକ୍ତା ଭାବେ ନବଦୋୟ ବିଦ୍ୟାଳୟ ର ପୂର୍ବତନ ଉପାଧ୍ୟାକ୍ଷ ଡକ୍ଟର ସୁରେନ୍ଦ୍ର କୁମାର ତ୍ରିପାଠୀ | ସଂମ୍ମାନିତ ଅତିଥିଭାବେ ମୁଳୁଗାଁ ସରପଞ୍ଚ ଦଧିବାମନ ମଲ୍ଲିକ | ସମିତି ସଭ୍ୟା ଙ୍କ ପ୍ରତିନିଧି | ଜ଼ିଲ୍ଲା ଓଷ୍ଟା ସଂଘ ସଭାପତି ନିରଞ୍ଜନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ସ୍ୱାଇଁ, କବି ଅଶୋକ କୁମାର ସ୍ୱାଇଁ ,ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ନରେନ୍ଦ୍ର ନାଥ ମହାନ୍ତି ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଛାତ୍ର ଛାତ୍ରୀ ମନୋଭରୀ ଏହାକୁ ଉପଭୋଗ କରିଥିଲେ ||
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 19, 2026/
No Comments



