Breaking……
ବେପରୁଆ ଓ ଦୃତଗତି ଗଡିଚାଳନା ଯୋଗୁ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଜଣେ ମୃତ୍ୟୁ ଜଣେ ଆହତ l
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡବିଲ ମହାବିଦ୍ୟାଳୟ ନିକଟରେ ଥିବା ପାର୍କିଂ ସ୍ଥଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବଡ଼ବିଲ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ପନ୍ଦର ସାଧୁସିଂହ ହଟିଙ୍ଗ ର ସୁମିତ ଦାସ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଶ୍ରୀରାମ ନଗର ଅଂଚଳ ର ରୋହିତ ମହାନ୍ତ ଆହତ ହୋଇଥିବା ଜଣାପଡିଛି, ସୂଚନା ଅନୁଯାୟୀ ନୋଏଣ୍ଟ୍ରି ଖୋଲିବା ସମୟ ରେ ଭଦ୍ରାସାହି ଠାରୁ ବଡ଼ବିଲ କୁ ଯାଉଥିବା ରାସ୍ତାରେ ବଡବିଲ ମହାବିଦ୍ୟାଳୟ ନିକଟ ପାର୍କିଂ ସ୍ଥଳ ନିକଟରେ OD 14 V 8913ନମ୍ବର ବିଶିଷ୍ଟ ହାଇବା ଟ୍ରକ ଏକ ବାଇକ ଉପରକୁ ମାଡି ଯାଇଥଲା, ବାଇକ ରେ ବସିଥିବା ଦୁଇଜଣଙ୍କ ମଧ୍ୟ ରୁ ଜଣ ଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବା ନେଇ ସୂଚନା, ପ୍ରକାଶ ଥାଉ କି ବଡ଼ବିଲ ରେ ଅପରାହ୍ନ ଦୁଇ ରୁ ତିନି ଟା ସମୟ ମଧ୍ୟ ରେ ନୋ ଏଣ୍ଟ୍ରି ଖୋଲୁ ଥିବା ବେଳେ ହଜାର ହଜାର ସଂଖ୍ୟା ର ଭାରୀଯାନ ଚଳପ୍ରଚଳ କରିଥାନ୍ତି, ବେପରୁଆ ଢଙ୍ଗରେ ଏବଂ ଦ୍ରୁତଗତି ଓ ଡବଲ ଲାଇନ ରେ ଭାରୀଯାନ ଚଳପ୍ରଚଳ ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି l ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ତେବେ ବଡବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତକ ସୁମିତ ର ଶବକୁ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ବଡ଼ବିଲ ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
