*( ଜଗତସିଂହପୁର ପ୍ରଧାନ ଡାକଘର ତରଫରୁ “ହର ଘର ତ୍ରିରଙ୍ଗା” ସଚେତନତା ରାଲି*)
ଜଗତସିଂହପୁର
ତା =10/8/23
ଗତ ବର୍ଷଭଳି ଏ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ “ହର ଘର ତ୍ରିରଙ୍ଗା” ମହୋତ୍ସବ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଭାରତ ସ୍ୱାଧୀନତାର ୭୬ ତମ ପୂର୍ତ୍ତି ପାଳନ ହେଉଛି।ଏହି ଅବସରରେ କଟକ ଦକ୍ଷିଣ ଡାକ-ମଣ୍ଡଳ ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷରୁ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଙ୍କ ଅଧକ୍ଷତାରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା ।ଏହି ରାଲିରେ ପ୍ରଧାନ ଡାକଘରର ସମସ୍ତ ଡାକ କର୍ମଚାରୀ ଓ ଜଗତସିଂହପୁର ଉପ-ମଣ୍ଡଳର ସମସ୍ତ କର୍ମଚାରୀଙ୍କ ମିଳିତ ଆନୁକୂଲ୍ୟରେ ତ୍ରିରଙ୍ଗା ରାଲି ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି । ଏହି ରାଲିରେ ଭାଗନେଇଥିବା ସମସ୍ତ କର୍ମକର୍ତ୍ତାମାନଙ୍କୁ ଜଗତସିଂହପୁର ଉପମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ହେମରମଙ୍କ ତତ୍ୱାବଧାନରେ ସର୍ବ ପ୍ରଥମେ ଜଗତସିଂହପୁର ସ୍ଥିତ କଲେଜ ଛକପରିସରରେ “ମେରି ଦେଶ ମେରି ସାନ ହର ଘର ତ୍ରିରଙ୍ଗା ଅଭିଯାନ” ସ୍ଲୋଗାନ ଦେଇ ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।ଏହାପରେ ଉକ୍ତ କଲେଜ ଛକରୁ ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ନେତୃତ୍ୱ ଓ DPM ରଶ୍ମୀରେଖା ମହାପାତ୍ର,କୁଶ କୁମାର ପୋଷ୍ଟାଲ ଆସିସଷ୍ଟାଣ୍ଟ ଙ୍କ ପରିଚାଳନାରେ ଅନୁଷ୍ଠିତ “ତ୍ରିରଙ୍ଗା ରାଲି” ରେ ଓଭରସିଅର ମନମଥ ରାମଙ୍କ ସହିତ ଜଗତସିଂହପୁର ଉପମଣ୍ଡଳର ପ୍ରାୟ ୧୫୦ ରୁ ଅଧିକ କର୍ମକର୍ତ୍ତା କଲେଜ ଛକ ରୁ ଜଗତସିଂହପୁର ହାଟ ବଜାର ଦେଇ ପରିକ୍ରମା କରି ଶେଷରେ ଜଗତସିଂହପୁର ପ୍ରଧାନ ଡାକଘର ପରିସରରେ ପହଞ୍ଚିବା ସାହିତ ସମସ୍ତ ଜନସାଧାରଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବର ସଚେତନତା କରିଥିଲେ ।ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ହେମରମ ଏହି ରାଲିରେ ଉପସ୍ଥିତି ଥିବା ସମସ୍ତ ଡାକ କର୍ମଚାରୀ ଘରେ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ଏହି ୩ ଦିନ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଉଡାଇବା ସହିତ ଭାରତବର୍ଷର ଏହି “ହର ଘର ତ୍ରିରଙ୍ଗା” ଉତ୍ସବରେ ସାମିଲ ହେବାକୁ ସଂକଳ୍ପ କରାଇଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





