ନବବିବାହିତା ନାବାଳିକା ଉଦ୍ଧାର
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ, ହଣ୍ଡପା ପଞ୍ଚାୟତର ପାପସରା ଗ୍ରାମରୁ ଏକ ନବବିବାହିତା ଙ୍କୁ ଚାଇଲ୍ଡ ଲାଇନ ଅନୁଗୋଳ ଦ୍ଵାରା ଉଦ୍ଧାର କରାଇଯାଇଛି | ଛେଣ୍ଡିପଦା ବ୍ଲକର ପାତ୍ରପଡ଼ାର ଏକ ଝିଅ, ପାପସରା ଗ୍ରାମର ଏକ ପୁଅକୁ ଭଲପାଉଥିଲା | କିନ୍ତୁ ଝିଅଘର କିଛି ପାରିବାରିକ ସମସ୍ୟା ପାଇଁ, ଝିଅଟି ପୁଅ ସହିତ ଗତକାଲି ପୁଅଘରକୁ ଆସିଯାଇଥିଲା | ଗତକାଲି ରାତିରେ ସେମାନେ ଗାଁ ମନ୍ଦିରରେ ବିବାହ କରିଥିଲେ | ବାଲ୍ୟବିବାହ ସମ୍ପର୍କିତ ଖବର ପାଇବାପରେ ଝିଅଟିର ବୟସ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ତାକୁ ୧୮ ବର୍ଷ ପୁରିନାହିଁ | ତେଣୁ ଚାଇଲ୍ଡ ଲାଇନ, ଅନୁଗୋଳ ଜିଲ୍ଲା ସଂଯୋଜକ ପୂଜା ସ୍ୱାଇଁ ଦ୍ଵାରା ହଣ୍ଡପା ପୋଲିସ, ଆଇ.ସି.ଡ଼ି.ଏସ. ସୁପରଭାଇଜର ରଞ୍ଜୁଲତା ଓ “ଏକ୍ସେସ ଟୁ ଜଷ୍ଟିସ” ର ଜିଲ୍ଲା ସଂଯୋଜକ ଏବଂ ପ୍ରକଳ୍ପ ସହଯୋଗୀଙ୍କ ସହାୟତାରେ ଏବଂ ପାପସରା ଗ୍ରାମର ଅଙ୍ଗନବାଡି କର୍ମି ଏବଂ ପଞ୍ଚାୟତର ସମିତିସଭ୍ୟ ତଥା ଗ୍ରାମ ସଭାପତିଙ୍କ ଉପସ୍ଥିତିରେ ନାବାଳିକାଙ୍କୁ ତାଙ୍କ ଶାଶୁଘରୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟି, ଅନୁଗୋଳରେ ତାଙ୍କୁ ଉପସ୍ଥିତ କରଯାଇ ଅନୁସଙ୍ଗିକ ପ୍ରକ୍ରିୟା ପୂରଣପରେ ଶିଶୁ ମଙ୍ଗଳ ସମିତିର ଆଦେଶକ୍ରମେ ଅନୁଗୋଳ ସ୍ଥିତ ଏକ ଶିଶୁ ଯତ୍ନ ଅନୁଷ୍ଠାନର ତତ୍ୱାବଧାନରେ ରଖାଯାଇଥିଲା |





