ପ୍ୟାରେଡ ରେ ପୁରସ୍କାର ବିତରଣ ର ଅନିୟମିତତା କୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ।
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ସ୍ଥିତ ମୁନିସିପାଲ ହାଇସ୍କୁଲ ପରିସରରେ ଆୟୋଜିତ ହେଉଥିବା ୭୭ ତମ ସ୍ୱାଧୀନତା ଦିବସ ର ପ୍ୟାରେଡ ଅଭିବାଦନ ସମୟର ପୁରସ୍କାର ବିତରଣ ର ଅନିୟମିତତା କୁ ନେଇ ଘୋର ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଆଜି ପୌରପାଳିକା ତରଫରୁ ସ୍ୱାଧୀନତା ଦିବସ ରେ ଆୟୋଜିତ ଏହି ଉତ୍ସବ କୁ ଚୌଦ୍ୱାର ଅଂଚଳ ର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପିଲାମାନେ ପ୍ୟାରେଡ ଅଂଶଗ୍ରହଣ କରିଥିଲେ l ଚୌଦ୍ଵାର କଟକ ମାନ୍ୟବର ବିଧାୟକ ଙ୍କୁ ପ୍ୟାରେଡ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଅଭିବାଦନ ଦେଇଥିଲେ l ବିଭିନ୍ନ ବର୍ଗ ର ପିଲାମାନଙ୍କ ର ପ୍ୟାରେଡ ପ୍ରତିଯୋଗିତା ରେ ତିନି ଜଣ ଜର୍ଜ ସେମାନଙ୍କ ର ପ୍ୟାରେଡ କୁ ଆକଳନ କରିଥିଲେ ଏବଂ ନମ୍ବର ମଧ୍ୟ ଦେଇଥିଲେ l କିନ୍ତୁ କିଛି କାଉନସିଲର ନିୟମ କୁ ଭାଙ୍ଗି ଜର୍ଜ ମାନଂକୁ ପ୍ରଭାବିତ କରାଉଥିବାର ଦେଖାଯାଇଥିଲା l ଜର୍ଜ ମାନଙ୍କ ର ରେଜଲ୍ଟ ସିଟ କୁ ନଦେଖି ଗୋଟିଏ ସ୍କୁଲ ର ନାମ କୁ ଜଣେ କାଉନସିଲର ଅକସ୍ମାତ ପ୍ରଥମ ସ୍ଥାନ ବୋଲି ଘୋଷଣା କରିବାପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା l ପରେ ନିର୍ବାହୀ ଅଧିକାରୀ ବିରକ୍ତି ପ୍ରକାଶ କରି ବାସ୍ତବ ରେଜଲ୍ଟ ସିଟ ରେ କୃତକାର୍ଯ୍ୟ ହୋଇଥିବା ସ୍କୁଲ ର ନାମ କୁ ସର୍ବସମତି କ୍ରମେ ଘୋଷଣା କରିଥିଲେ l ଖୁବ କମ ସମୟ ମଧ୍ୟରେ ପୁରସ୍କାର ବିତରଣ ଉତ୍ସବ ସମାପ୍ତ ହୋଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ପୁରସ୍କାର ଘଟଣା କୁ ବିରୋଧ କରି ପୌରପାଳିକା ସମ୍ମୁଖରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଧାରଣା ରେ ବସିଥିଲେ l ବହୁ ସମୟ ବସିଲା ପରେ ଘଟଣା ସ୍ଥଳରେ ବିଧାୟକ ପହଂଚିଲା ପରେ ତାଙ୍କୁ ଛାତ୍ର ଛାତ୍ରୀ ମାନେ ଘେରି ଯାଇ ପ୍ରତିବାଦ କରିଥିଲେ l ଏହି ଘଟଣା ଉପରେ ନିର୍ବାହୀ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ସର୍ବସମ୍ମତି କ୍ରମେ ଓ ନିଷ୍ଠାପର ଭାବେ ସତ୍ୟ ଘୋଷଣା କରାଯାଇଥିଲେ ସୁଦ୍ଧା ଭୁଲ କ୍ରମେ ଜଣେ କାଉନସିଲର ଘୋଷଣା କରିଥିଲେ କିନ୍ତୁ ଏହାକୁ ସଂଶୋଧନ କରାଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କ ର ଆନ୍ଦୋଳନ ଯାହା ପ୍ରରୋଚନା କରାଯାଇଛି ତାହା ଠିକ ନୁହେଁ ବୋଲି ପ୍ରକାଶ କରିଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।




