(-ଜେଲ ଫେରାର ଆସାମୀ ର ବିଭତ୍ସ୍ୟ କାଣ୍ଡ, | ଜେଜେ ମାଆକୁ ହାଣି ମୁଣ୍ଡ ଗଣ୍ଡୀ କଲା ଅଲଗା )
ଜଗତସିଂହପୁର
ତା =16/8/23
ସାତ ମାସ ତଳେ ଜେଲ ରୁ ଫେରାର ହୋଇ ନିଜ ଗ୍ରାମରେ ଆତ୍ମ ଗୋପନ କରିଥିବା ଅଭିଯୁକ୍ତ ଜେଲ ଫେରନ୍ତା ଆସମୀର ବିଭତ୍ସ କାଣ୍ଡ |
ଏଭଳି ଲୋମ ହର୍ଷଣ କାରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗଦେଇଗିରି ଗ୍ରାମରେ। ଜେଜେ ମାଆ ସଖିଲତା ସାହୁ କୁ ହାଣି ହତ୍ୟା କରିଛି ନାତି ଜୀବନ ଜ୍ୟୋତି ସାହୁ | ଅନ୍ୟ ଦୁଇ ଜଣ ହେମଲତା ସାହୁ ଏବଂ ସଂନ୍ଧ୍ୟା ରାଣୀ ସାହୁ ଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ ବାଲିକୁଦା ମେଡିକାଲ ଏବଂ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି | ଏଭଳି
ବିଭତ୍ସ୍ୟକାଣ୍ଡ ଘଟଇଥିବା ଅଭିଯୁକ୍ତ ହେଲେ ଜୀବନଜ୍ୟୋତି ସାହୁ (ସମୀର )ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବାଲିକୁଦା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ଅଭିଯୁକ୍ତ କୁ କାବୁ କରିବା ସହ ଥାନାରେ ଅଟକ ରଖିଛି |
ଖବର ନେବାରେ ଜଣାପଡିଛି ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ (ସମୀର) ପ୍ରେମିକା କୁ ଦୁଷ୍କର୍ମ ଅଭିଯୋଗ ରେ ବର୍ଷକ ତଳେ ବାଲିକୁଦା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଳିପିଙ୍ଗଳ ଜେଲ ରେ ତାକୁ ରଖାଯାଇଥିଲା । ଚତୁରତା ସହ ଜୀବନ ଜ୍ୟୋତି ସାହୁ (ସମୀର) ସାତ ମାସ ହେବ ଜେଲ ରୁ ଫେରାର ହୋଇ ଯାଇ ନିଜ ଗ୍ରାମ ଗାଦେଇଗିରି ରେ ଲୁଚି ବୁଲୁଥିଲା ।ଗ୍ରାମବାସୀ ଅନେକ ଥର ପୋଲିସ କୁ ଖବର ଦେଇଥିଲେ |ହେଲେ ଅଭିଯୁକ୍ତ କୁ ଗିରଫ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିଲା | ହେଲେ ଆଜି ପ୍ରଭାତରୁ ହଠାତ ଘରକୁ ଆସି ନିଜ ଜେଜେ ମାଆକୁ ଧାରୁଆ ଅସ୍ତ୍ର ରେ ହାଣି ମୁଣ୍ଡ ଗଣ୍ଡୀ ଅଲଗା କରି ଦେବା ସହ ପୂର୍ବରୁ ଦୁଷ୍କର୍ମ କରିଥିବା ଯୁବତୀଙ୍କର ମାଆ ଖୁଡି ଆଦି ଦୁଇ ଜଣଙ୍କୁ ହାଣି ଗୁରୁତର କରିଛି । ଦୁଇଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)