କମ୍ପାନୀରେ ଦାଦାବଟି ଆଦାୟ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ ।
କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରେ ଥିବା ପାର୍ସବା ପ୍ୟାକର୍ସ କମ୍ପାନୀରେ ଦାଦାବଟି ଆଦାୟ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ । ୫ଟି ଅଫୁଟା ବୋମା ଜବତ ଓ ବୋମା ପ୍ରସ୍ତୁତ ସାମଗ୍ରୀ ସହ ୩ଟି ମୋବାଇଲ ସହିତ ଗୋଟିଏ ବାଇକ୍ ଜବତ ହୋଇଛି । ଏହି ଘଟଣାରେ ଟାଙ୍ଗୀ ପୋଲିସ ଅଭିଯୋଗ ପାଇ ଏକ ମାସ ହେବ ତଦନ୍ତ ଜାରି ରଖିଥିଲା । ବାରମ୍ବାର ଚୋର ମୋବାଇଲ ବ୍ୟବହାର କରି କମ୍ପାନୀ ମାଲିକଙ୍କୁ ଅଭିଯୁକ୍ତ ମାନେ ଦାଦାବଟି ପାଇଁ ଫୋନ୍ ମାଧ୍ୟମରେ ଧମକ ଦେଇ ଆସୁଥିଲେ । ଯାହା ଟାଙ୍ଗୀ ଥାନା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଟାଙ୍ଗୀ ପୋଲିସ ଏକ ଟିମ୍ ଗଠନ କରି ଅଭିଯୁକ୍ତ ମାନଙ୍କୁ ଖୋଜିବା ଆରମ୍ଭ କରି ଧରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ କଟକ ବାଦାମବାଡି ଥାନା ଅଂଚଳର ଲିକୁ ବାରିକ, ଟାଙ୍ଗୀ ଥାନା କନ୍ଦରକଣା ସତ୍ୟଜିତ ଦେବବ୍ରତ ସାହୁ ଓ ଟାଙ୍ଗୀ ହରିଜନ ସାହି ବିଜୟ କୁମାର ଜେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସତ୍ୟଜିତ ଏହି କମ୍ପାନୀରେ କାମ କରୁଥିବା ବେଳେ ସମସ୍ତ ଖବର ଦେଉଥିବା ସମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଆଡିସନାଲ ଏସପି ଦେବବ୍ରତ ବରାଳ କହିଛନ୍ତି । ଲିକୁନଙ୍କ ନାମରେ ଏକାଧିକ ମାମଲା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ମାଷ୍ଟର ମାଇଣ୍ଡ ଓ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ୍।




