ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ବାବା ଆଖଣ୍ଡଳମଣୀଙ୍କ ର ବିଶେଷ ପୂଜା
ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ବାବା ଆଖଣ୍ଡଳମଣୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ବିଭିନ୍ନ ଫୁଲହାର ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ, ସନ୍ଧ୍ୟା ରେ ଆଳତି ଓ ଆଳତି ପରେ ଠାକୁରଙ୍କୁ ଘର୍ଶଣୀ କରାଯିବା ସହ ମହାସ୍ନାନ କରାଯାଇଥିଲା। ବେଲପତ୍ର ଓ ଫୁଲ ହାର ରେ ଠାକୁରଙ୍କୁ ସୁସଜ୍ଜିତ କରାଯାଇ ଚୁଡାଘସା ଓ ପଣା ଭୋଗ ଲାଗି କରାଯାଇଥିଲା। ମନ୍ଦିରର ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୁତି ଭୁଷଣ ପଣ୍ଡା ଙ୍କ ଦ୍ଵାରା ବାବା ଆଖଣ୍ଡଳମଣୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
