ତାଳଚେର ଘଣ୍ଟପଡା ରେଲୱେ ଓଭରବ୍ରିଜ କାମ ବିଳମ୍ବ ଯୋଗୁ ଉପ ଜିଲ୍ଲାପାଳଙ୍କ ପାଖରେ ଦାବିପତ୍ର ପ୍ରଦାନ।
ଅନୁଗୋଳ ଜିଲ୍ଲା ତାଳଚେରକୁ ଯିବା ଆସିବା ମୁଖ୍ୟ ରାସ୍ତା ତହସିଲ,ଚିକିତ୍ସାଳୟ,ସ୍କୁଲ, କଲେଜ, ଆମ୍ବୁଲାନ୍ସରେ ରୋଗୀ,ସ୍କୁଲ କଲେଜ ଛାତ୍ର ଛାତ୍ରୀ,ସରକାରୀ ବେସରକାରୀ କର୍ମଚାରୀ,ନିତିଦିନ ଯିବାଆସିବା କରୁଛନ୍ତି ନାଗରିକ ଓ ଅନ୍ୟାନ ସମସ୍ତ ପଥଚାରୀ ଘଣ୍ଟା ଘଣ୍ଟା ଫାଟକ ପାଖରେ ଖରା ଦିନେ ମୁଣ୍ଡ ଫଟା ଖରାରେ, ବର୍ଷା ଦିନେ ବର୍ଷାରେ ନାହିଁ ନଥିବା ହଇରାଣ ହରକତ ହଉଛନ୍ତି ତେଣୁ ଓଭର୍ବ୍ରିଜ ଟି ଯଥା ଶୀଘ୍ର କାମ ସରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ବିଜେପି ନେତା ତଥା ସମାଜସେବୀ ବିଭୁତି ସାହୁ, ସମିତିସଭ୍ୟ କରୁଣାକର ସାହୁ,ପ୍ରାକ୍ତନ ସରପଞ୍ଚ ସୁନୀଲ ବିଶ୍ଵାଳ, ନାଇବ ସରପଞ୍ଚ ରାଜିବ ଦାସ,ୱାର୍ଡ ସଭ୍ୟ ,ୱାର୍ଡସଭ୍ୟା ଏବଂ ସମସ୍ତ ନେତ୍ରୁ ମଣ୍ଡଳୀ ପ୍ରତିବାଦ ସଭାର ଦାବିପତ୍ର ପ୍ରଦାନ କରାଯାଇଛି।




