ନୂଆଦିଲ୍ଲୀ : ଚନ୍ଦ୍ର ମିଶନ ସଫଳ ହେବା ପରେ ଏବେ ପାତାଳ ଉପରେ ପଡ଼ିଛି ଭାରତର ନଜର। ଖୁବଶୀଘ୍ର ପାତାଳର ରହସ୍ୟ ବାହାର କରିବା ପାଇଁ ଭାରତ ଆରମ୍ଭ କରିବ ପ୍ରକଳ୍ପ ‘ସମୁଦ୍ରଯାନ’। ‘ମିଶନ୍ ମହାସାଗର’ ଜରିଆରେ ଏକ ବୁଡ଼ା ଜାହାଜ ଗଭୀର ସମୁଦ୍ରକୁ ପଠାଯିବ। ଏହି ମିଶନରେ ପାତାଳର ବିଭିନ୍ନ ରହସ୍ୟ ଉପରୁ ପରଦା ହଟାଇବ ଭାରତ।
ସମୁଦ୍ରର ରହସ୍ୟ ଜାଣିବା ହେଉଛି ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ସମୁଦ୍ରଯାନ ଅଧୀନରେ ଭାରତ ୬ ହଜାର ବୁଡ଼ା ଜାହାଜ ପ୍ରସ୍ତୁତ କରୁଛି। ଭାରତ ୨୦୨୧ରେ ସମୁଦ୍ରଯାନ ମିଶନ ଆରମ୍ଭ କରିଥିଲା; କିନ୍ତୁ ତାହାଠାରୁ ଏହି ମିଶନ ବହୁତ ବଡ଼। ମାର୍ଚ୍ଚ ୨୦୨୪ ସୁଦ୍ଧା ଏହାର କାର୍ଯ୍ୟ ସମାପ୍ତ ହେବ। ୨୦୨୬ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଶା କରାଯାଉଛି।
ଏହି ମିଶନର ନାଁ ‘ସମୁଦ୍ରଯାନ’। ଯେଉଁଥିରେ ୩ ଜଣଙ୍କୁ ୬ ହଜାର ମିଟର ସମୁଦ୍ରର ତଳକୁ ପଠାଯିବ। ଭାରତ ଦ୍ୱାରା ପ୍ରସ୍ତୁତ ମାନବ ବୁଡ଼ା ଜାହାଜ ବୈଜ୍ଞାନିକଙ୍କୁ ସିଧା ସଳଖ ପାତାଳକୁ ନେଇଯିବ। ଏହା ପାତାଳକୁ ଛୁଇଁବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଗଭୀର ସମୁଦ୍ର ଭିତରେ ଅପରିଷ୍କାର ଉପାଦାନ, ଖଣିଜ ପଦାର୍ଥ ବିଷୟରେ ସୂଚନା ଦେବ। ଏହି ମିଶନ ପାଇଁ ଭାରତକୁ ୪ ହଜାର ୭୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ୨୦୨୧ରେ ମହାସାଗର ମିଶନ ସମୁଦ୍ରଯାନର ଶୁଭାରମ୍ଭ କରିଥିଲା ଭାରତ। ଆମେରିକା, ରୁଷ, ଜାପାନ୍, ଚୀନ ଏବଂ ଫ୍ରାନ୍ସ ଭଳି ଦେଶ ସହିତ ସାମିଲ ହୋଇ ସାରିଛି ଭାରତ। ଏବେ କିନ୍ତୁ ମେଗା ମହାସାଗର ‘ମିଶନ ସମୁଦ୍ରଯାନ’ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଏଥିପାଇଁ ୩ ଜଣ ବିଶେଷଜ୍ଞ ଦଳ ସାମିଲ ହୋଇଛନ୍ତି।




