ଅନୁଗୋଳ – ଆଜି ସକାଳେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାଘାଟ ଜାମ୍ ହୋଇଯାଇଥିଲା। ଦୀର୍ଘ ସମୟ ରାସ୍ତା ଜାମ୍ ପରେ ଆନ୍ଦୋଳନ କାରୀ ଆନ୍ଦୋଳନରୁ ଓହରି ଯାଇଥିଲେ।
ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ଗ୍ରାମର କିଛି ଗ୍ରାମବାସୀ ନିଜ ସମସ୍ୟାକୁ ନେଇ ରାଜ ରାସ୍ତା ଅବରୋଧ କରିଥିଲେ। ୫୫ ନମ୍ବର ଜାତୀୟ ରାଜପଥର ରାସ୍ତା କଡ଼ରେ ସେମାନଙ୍କ ଘର। ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ସେମାନଙ୍କ ଘରକୁ ଯାଇଥିବା ରାସ୍ତା ଉପରେ ରୀତିମତ ପାଣି ଜମି ରହିବା ସହ ରାସ୍ତା ଟି ଖାଲୁଆ ହୋଇ ଯାଇଛି। ରାସ୍ତା ନିର୍ମାଣଧୀନ ଠିକାଦାରକୁ ଅଭିଯୋଗ ସତ୍ବେ ଠିକା ସଂସ୍ଥା ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରୀ। ତେଣୁ ସେମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏଥି ସହିତ ସାହିର ଛୋଟ ଛୋଟ ପିଲା ସ୍କୁଲ ଯାଇ ପାରୁନଥିବା ଅଭିଯୋଗ କରିଥିଲେ। କିଛି ସମୟ ପରେ ବଅଁରପାଳ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଓ ପରିସ୍ଥିତି ସ୍ବାଭାବିକ ହୋଇଥିଲା।






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
