ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟକ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ
କେନ୍ଦୁଝର ଜିଲାର ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା, ପାଚିକା ମାନେ ଆଜି କେନ୍ଦୁଝର ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏକ ନଅ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ଜିଲା ସମଗ୍ରଶିକ୍ଷା ଅଭିଯାନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଏହି ପାଚିକା ମାନେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ ରୋଷେଇ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୧୪୦୦ ଟଙ୍କା ପାରିଶ୍ରମିକ ଦିଆ ଯାଉଛି। ଅନ୍ୟ ରାଜ୍ୟ ମାନଙ୍କରେ ଏହି ପରଶ୍ରମିକ ୭୦୦୦ରୁ ଉର୍ଦ୍ଧ୍ଵ ଦିଆ ଯାଉଥିବା ସେମାନେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ସେମାନଙ୍କ ଦାବି ମଧ୍ୟରେ, ପାଚିକା ସହାୟିକାଙ୍କୁ ୨୬୦୦୦ ଟଙ୍କା ମାସିକ ଦରମା ପ୍ରଦାନ କରିବା, ସହ ଏବେ ଦିଆ ଯାଉଥିବା ୧୦ ମାସ ଦରମାକୁ ୧୨ ମାସକୁ ବୃଦ୍ଧିକରିବା ପାଇଁ ଏହି ଦାବିପତ୍ର ରେ ଜଣାଇଛନ୍ତି। ଅବସର ସୀମା ୬୨ କୁ ବୃଦ୍ଧି କରିବା, ମଧ୍ୟାହ୍ନ ଭୋଜନରେ ଘରୋଇକରଣ କୁ ବନ୍ଦ କରିବା, ସେମାନଙ୍କୁ ଶିକ୍ଷା ବିଭାଗର କର୍ମୀ ଭାବେ ଘୋଷଣା କରିବା, ଜୀବନବୀମା, ପିଏଫ, ଇଏସଆଇ, ଗ୍ରାଚ୍ୟୁଇଟି ପ୍ରଦାନ କରିବା, ସହ ତୁରନ୍ତ ବକେୟା ଥିବା ୨୮ ମାସର ଦରମା ପ୍ରଦାନ କରିବାକୁ ସେମାନେ ଦାବି ଜଣାଇ ବ୍ଲକଶିକ୍ଷାଧିକାରୀ ଙ୍କ ଅଫିସ ଆଗରେ ରାଲି କରିବା ସହ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭ ରେ ଜିଲାର ଶତାଧିକ ପାଚିକା ସହାୟିକା ସାମିଲ ଥିଲେ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
