ଦୁର୍ନୀତି ବିରୋଧି ଅଭିଯାନ ପକ୍ଷରୁ ସୂଚନା କର୍ମୀ ଙ୍କୁ ସୁରକ୍ଷା ଯୋଗାଇଦେବା ଦାବି ରେ ଜ଼ିଲ୍ଲାପାଳ ଏବଂ ଏସ ପି ଙ୍କୁ ଦାବିପତ୍ର ପ୍ରଦାନ
ଜଗତସିଂହପୁର
ତା =12/9/23
ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଜଗତସିଂହପୁର ସଦର ମହକୁମାରେ ଦୁର୍ନୀତି ବିରୋଧୀ ଅଭିଯାନ ,ଓଡିଶା ଜଗତସିଂହପୁର ଶାଖା ପକ୍ଷରୁ ଏକ ସଚେତନତା ଯାତ୍ରା ସହ ଜିଲ୍ଲାପାଳ ଓ ଏସପି ଦାବିପତ୍ର ପ୍ରଦାନ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି | ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ 5T କାର୍ଯ୍ୟ ଓ ମୋ ସ୍କୁଲ କମିଟି ଗଠନରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସୂଚନାକର୍ମୀ ସୂଚନା ମାଗିବାରୁ ନିର୍ଦ୍ଧିଷ୍ଟ ଗୋଷ୍ଠିର କେତେଜଣ ବ୍ୟକ୍ତି ଆକ୍ରୋଶମୂଳକ ଭାବେ ଗୋବିନ୍ଦ ମିଥ୍ୟ ଜାତିଆଣ ମାମଲା ଓ ହତ୍ୟା ଧମକର ଶିକାର ହୋଇଛନ୍ତି ଓ ତାଙ୍କ ସ୍କୁଲ ପଢୁଆ ପୁଅ ମଧ୍ୟ ଧମକର ଶିକାର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ସୂଚନାକର୍ମୀଙ୍କ ସୂଚନା ଅଧିକାରକୁ କ୍ଷୁଣ୍ଣ କରି ଦୁର୍ନୀତି ପ୍ରକ୍ରିୟାକୁ ସଶକ୍ତ କରିବାର ମନ୍ଦ ଉଦେଶକୁ ପ୍ରତିହିତ କରିବା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏବଂ ତିନିଦଫା ଦାବି ସମ୍ବଳିତ ଦାବିପତ୍ର ଦୁର୍ନୀତି ବିରୋଧୀ ଅଭିଯାନ ଓଡିଶା ପକ୍ଷରୁ ଜିଲ୍ଲାପାଳ ଓ ଏସପି ଙ୍କୁ ଦିଆଯାଇଛି । ଦୁର୍ନୀତି ବିରୋଧୀ ଅଭିଯାନର କର୍ମୀମାନେ ସ୍ଥାନୀୟ କଲେଜଛକରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




