ହ୍ୟାଣ୍ତବଲ ରେଫରୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ଦୁଇ ସଫଳ କ୍ରୀଡାବିତ ଉତ୍ତୀର୍ଣ୍ଣ
ଜଗତସିଂହପୁର
ତା =12/9/23
ଜଗତସିଂହପୁର – ପଂଜାବ ପଟିୟାଲା ସ୍ଥିତ ଏନ୍.ଏସ୍.ଏନ୍.ଆଇ.ଏସ୍ ସେଣ୍ଟରେ ଅନୁଷ୍ଠିତ ଜାତୀୟ ହ୍ୟାଣ୍ତବଲ ରେଫରୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ଆନ୍ତର୍ଜାତୀୟ ହ୍ୟାଣ୍ତବଲ ଖେଳାଳି ସ୍ନେହଲତା ବେହେରା ଓ ଓଡିଶା ପୋଲିସରେ କାର୍ଯ୍ୟରତ ଶ୍ରୀନିବାସ ରାଉତ ଅଂଶ ଗ୍ରହଣ କରି କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ୧୫୪ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।
ଜଗତସିଂହପୁର ଜିଲ୍ଲାର ଏହି ଦୁଇ ସଫଳ କ୍ରୀଡାବିତ୍ ଙ୍କ ସଫଳତା ପାଇଁ ରାଜ୍ୟ ହ୍ୟାଣ୍ତବଲ ସଂଘର ସଭାପତି ବିପ୍ଳବ ଚୌଧୁରୀ, ରାଜ୍ୟ ହ୍ୟାଣ୍ତବଲ ସଂଘର ସାଧାରଣ ସମ୍ପାଦକ ମାନସ ସିଂହ, ରାଜ୍ୟ ହ୍ୟାଣ୍ତବଲ ସଂଘର କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାସ, ହ୍ୟାଣ୍ତବଲ ସଂଘର ମୂରବୀ ପ୍ରିୟନାଥ ରାୟ, ଜିଲ୍ଲା ହ୍ୟାଣ୍ତବଲ ସଂଘର ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ, ଜିଲ୍ଲା ଉପ ସଭାପତି ବିଜୟ କୁମାର ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




