ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ସେବାଶ୍ରମ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭଗ ଆନୁକୂଲ୍ୟରେ ଏକ ଶିକ୍ଷକ ଓ ପିତାମାତା ସହଭାଗୀତା ବୈଠକ ଅନୁଷ୍ଠିତ ହେବା ସହ ” ଆମେ ଜାଣିବା ଆମେ ଜିଣିବା ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥି ଭାବେ ଏବିଡିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷାବିତ ପ୍ରଦୀପ୍ତ କୁମାର ମାଝୀ, ସମ୍ମାନୀୟ ଅତିଥି ଭାବେ ଡବ୍ଲୁଇଓ ଦୀନବନ୍ଧୁ ସାହୁ, ଏବିଇଓ ଅଶୋକ କୁମାର ରାଉତ, ସିଡିପିଓ ଲିଲି ଦାସ, ଡିଆଇ ନମିତା ଦାସ, ବିଦ୍ୟାଳୟ ସଭାପତି ଫକୀର ନାଏକ ଓ ଗୋପାଳ ଦାସ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଛାତ୍ରୀଙ୍କ ମିଳିତ ସ୍ୱାଗତ ସଙ୍ଗୀତ ଗାନ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପାତ୍ର ସ୍ୱାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥଲେ l ଉପସ୍ଥିତ ମଞ୍ଚାସୀନ ଅତିଥି ମାନେ ସରକାରଙ୍କ ଶିକ୍ଷାଭିମୁଖୀ ଯୋଜନା ଉପରେ ଆଲୋକପାତ କରି ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଅବିଭାବକ ଓ ଅବିଭାବିକା ଙ୍କ ସହଯୋଗ କାମନା କରିଥିଲେ l ବିଦ୍ୟାଳୟର ଅନ୍ତେବାସିନୀ ତଥା ସେମାନଙ୍କ ଅବିଭାବକ ମାନେ ନିଜନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଏହି ବିଦ୍ୟାଳୟରେ ପାଠପଢି ବର୍ତ୍ତମାନ ଆମେରିକାରେ ପ୍ରଫେସର ଥିବା ମନୋଜ କୁମାର ମହାନ୍ତି ଟେଲିଫୋନ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଏହି ଅବସରରେ ବିଦ୍ୟାଳୟ ପରିସରରେ ମିଶନ ଶକ୍ତି, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମତ୍ସ ବିଭାଗ, ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, କୃଷି ଓ କୃଷକ ସଶକ୍ତିକରଣ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ ମାନ ଖୋଲା ଯାଇଥିଲା l ଅପରାହ୍ନରେ ପିଲା ମାନଙ୍କ ମଧ୍ୟରେ ରଙ୍ଗୋଲି, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରା ଯାଇଥିଲା l ପରିଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା l ସହକାରୀ ଶିକ୍ଷକ ନରୋତ୍ତମ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l

April 21, 2026/
No Comments



